ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଥିବା ୪୯୧ଟି ଆଇଟିଆଇରେ ନାମଲେଖିବା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୧୪ ତାରିଖରେ ଆବେଦନ ସରିବ । ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ସାମ୍ସ୍)ରେ ବର୍ତ୍ତମାନ ସୁଦ୍ଧା ଆଇଟିଆଇର ବିଭିନ୍ନ ଟ୍ରେଡ୍ରେ ନାମଲେଖିବାକୁ ୩୨ ହଜାର ୩୩ ଜଣ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୩, ୭୬୩ ଜଣ ଅନ୍ଲାଇନ୍ରେ ଆବେଦନ କରିଛନ୍ତି । ସେହିପରି ଡିପ୍ଲୋମାରେ ନାମଲେଖିବା ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୧୪ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏହା ପରେ ୨୧ରେ ସିଟ୍ ଆଲଟ୍ମେଣ୍ଟ ହେବ । ୧୫୬ଟି ପଲିଟେକ୍ନିକ୍ ଅନୁଷ୍ଠାନରେ ନାମଲେଖିବାକୁ ବର୍ତ୍ତମାନ ସୁଦ୍ଧା ୩୨,୬୮୯ ଜଣ ପଞ୍ଜୀକରଣ କରିଥିବାବେଳେ ୧୬, ୯୯୮ ଜଣ ଆବେଦନ କରିଛନ୍ତି ।






