Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ରେକର୍ଡ କଲେ ବଲାଙ୍ଗିର ଯୁବକ, ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ବାଲାନ୍ସ,

by ସଞ୍ଜୟ ସ୍ୱାଇଁ
August 13, 2021
in Sports, State
ବିଶ୍ୱ ରେକର୍ଡ କଲେ ବଲାଙ୍ଗିର ଯୁବକ, ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ବାଲାନ୍ସ,
117
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଆପଣ ଗୋଟିଏ ହାତ ଆଙ୍ଗୁଠିରେ ହକି ଷ୍ଟିକ୍ ଧରି ପାରିବେ କି ? ଯଦି ଧରି ରଖିପାରିବେ କେତେ ସମୟ ? ବୋଧେ କିଛି ମିନିଟ୍ ବି ବାଲାନ୍ସ କରି ରଖିବା ଅନେକଙ୍କ ପାଇଁ ମୁସ୍କିଲ ହୋଇଯିବ । କିନ୍ତୁ ଏହି ମୁସ୍କିଲ କାମ କରି ଓଡ଼ିଶାର ଜଣେ ଯୁବକ ଓ୍ୱାର୍ଲଡ ରେକର୍ଡ କରିଛନ୍ତି । ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ ଘଣ୍ଟା ନୁହେଁ ବରଂ ୩ଘଣ୍ଟାରୁ ଅଧିକ ସମୟ ବାଲାନ୍ସ କରି ଧରିଥିଲେ । ଏଥିସହ ଗୀନିଜ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡସରେ ନିଜ ନାଁ ଲେଖାଇଛନ୍ତି । ଏହି ବିଶ୍ୱ ରେକର୍ଡର ଅଧିକାରୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜମୁତଝୁଲ୍ଲା ଗାଁର ରାଜଗୋପାଳ ଭୋଇ । ସେ ନିଜ ହାତର ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ ୩ଘଣ୍ଟା ୩୫ ମିନିଟ ଯାଏ ଧରି ରଖିବା ସହ ବିଶ୍ୱ ରେକର୍ଡ କରିଛନ୍ତି । ଏସମ୍ପର୍କିତ ସମସ୍ତ କାଗଜପତ୍ର ଓ ପ୍ରମାଣପତ୍ର ସେ ଗୀନିଜ ଓ୍ୱାର୍ଲଡ ରେକର୍ଡସକୁ ଦେଇଛନ୍ତି । ତାଙ୍କୁ ବିଶ୍ୱ ରେକର୍ଡ ସମ୍ପର୍କିତ ସାର୍ଟିଫିକେଟ ମିଳିବାକୁ ତିନି ମାସ ଲାଗିପାରେ । ରାଜଗୋପାଳ ଭୋଇବର୍ତ୍ତମାନ ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକ୍ ବାଲାନ୍ସ କରିବାର ରେକର୍ଡ ବେଙ୍ଗାଲୁରୁର ଯୁବକ ହିମାଂଶୁ ଗୁପ୍ତାଙ୍କ ନାଁରେ ରହିଛି । ଗତ ୨୦୧୭ ଅଗଷ୍ଟ ମାସରେ ସେ ଏହି ରେକର୍ଡ କରିଥିଲେ । ଗୋଟିଏ ଆଙ୍ଗୁଠିରେ ହିମାଂଶୁ ୨ଘଣ୍ଟା ୨୨ମିନିଟ ୨୨ ସେକେଣ୍ଡ ହକି ଷ୍ଟିକ୍ ଧରି ରଖିଥିଲେ । କିନ୍ତୁ ରାଜଗୋପଳ ତାଙ୍କ ଅପେକ୍ଷା ଘଣ୍ଟାଏରୁ ଅଧିକ ସମୟ ହକି ଷ୍ଟିକକୁ ବାଲାନ୍ସ କରି ରଖିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!