କର୍ଲାମୁଣ୍ଡା, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅଧିନସ୍ଥ ରିଷିଡା ଫାଣ୍ଡି ଅନ୍ତର୍ଗତ କୁଜାମହୁଲ ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ପ୍ରଭାକର ଭୁକ୍ତା । ତାଙ୍କ ନିଜ ଗାଁ ବଲାଙ୍ଗୀର ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ଅଇଲାପାଲି ବୋଲି ଜଣାପଡିଛି । ସେ ଅଢେଇ ବର୍ଷ ତଳେ କୁଜାମହୁଲ ଗ୍ରାମର ରାଧେ ଝାଙ୍କରଙ୍କ ଝିଅ ଝିଲିକୁ ବିବାହ କରିଥିଲେ । ଦୁଇ ବର୍ଷ ହେଲା ପ୍ରଭାକର ନିଜ ସ୍ତ୍ରୀ ସହ ଶ୍ବଶୁର ଘରେ ରହୁଥିଲେ । ତାଙ୍କର ପୁଅ ଟିଏ ଥିବା ଜଣାଯାଇଛି । ଗତ ରାତିରେ ସେ ହଠାତ ଘରୁ ବାହାରି କୁଆଡେ ଚାଲି ଯାଇଥିଲେ ଏବଂ ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଏକ ମହୁଲ ଗଛରେ ଠାବ କରାଯାଇଛି । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ସଦଳବଳେ ଘଟନାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି ।





