Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାନମହୁରୀ ଯାହାକି ଓଜନ ହ୍ରାସ ଓ ହଜମ ପ୍ରକ୍ରିୟାରେ ବ୍ୟବହାର ହୋଇଥାଏ

by ସଞ୍ଜୟ ସ୍ୱାଇଁ
August 12, 2021
in Health, State
ପାନମହୁରୀ ଯାହାକି ଓଜନ ହ୍ରାସ ଓ ହଜମ ପ୍ରକ୍ରିୟାରେ ବ୍ୟବହାର ହୋଇଥାଏ
134
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ବର୍ତ୍ତମାନ ସମୟରେ ଓଜନ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର । କାରଣ ଅଫିସରେ ବସି କାମ କରିବା ମଧ୍ୟରେ, ଆପଣଙ୍କୁ ବ୍ୟାୟାମ ବା ଯୋଗ ପାଇଁ ସମୟ ବାହାର କରିବାକୁ ପଡିବ । ତେବେ ଚାଲିବାର ଅଭ୍ୟାସ ସଂପୂର୍ଣ୍ଣ ହ୍ରାସ ହୋଇ ଯାଇଛି । କାହିଁକି ନା ବସି ବସି ଜଙ୍କ ଫୁଡ ଖାଇବାର ଅଭ୍ୟାସ ଏମିତି ବଢିଗଲାଣି ଯେ ଏଭଳି ପରିସ୍ଥିତିରେ ମୋଟୋପା ହ୍ରାସ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ମହାମାରୀ କରୋନା କାଳରେ ଲୋକଙ୍କ ଓଜନ ଆହୁରି ବୃଦ୍ଧି ପାଇଛି । ଘରୁ କାମ କରୁଥିବା ଲୋକଙ୍କ ଶାରୀରିକ କାର୍ୟ୍ୟକଳାପ ଉପରେ ସଂପୂର୍ଣ୍ଣ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ଓଜନ ବଢିବା ସହିତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଲୋକଙ୍କଠାରେ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗ ବୃଦ୍ଧି ପାଇବାରେ ଲାଗିଛି। ତଥାପି, ଯଦି ନିଜ ଖାଦ୍ୟର ଟିକିଏ ଯତ୍ନ ନିଆଯାଏ ତାହାଲେ, ମେଦବହୁଳତା ହ୍ରାସ କରାଯାଇ ପାରିବ । ତେବେ ଓଜନ ହ୍ରାସ କରିବା ପାଇଁ ଘରୋଇ ଉପଚାର ମଧ୍ୟ କରିପାରିବେ । ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଆପଣ ପେଟରେ ବଢୁଥିବା ଚର୍ବିକୁ ହ୍ରାସ କରିପାରିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ଫେନେଲ, ଅର୍ଥାତ୍ ପାନମହୁରୀ ଯାହା ଆପଣଙ୍କ ଓଜନ ହ୍ରାସ ପାଇଁ ବ୍ୟବହାର କରିପାରିବେ । ପାନମହୁରୀରୁ କିପରି ଓଜନ ହ୍ରାସ ପାଇଁ ପାନୀୟ ପ୍ରସ୍ତୁତ କରିବେ ଜାଣନ୍ତୁ । ପାନମହୁରୀରୁ ପ୍ରସ୍ତୁତ କରନ୍ତୁ ଓଜନ ହ୍ରାସ ପାଇଁ ପାନୀୟ – ତେବେ ଓଜନ ହ୍ରାସ ପାଇଁ ପ୍ରଥମେ ପାନମହୁରୀକୁ ବ୍ୟବହାର କରିପାରିବେ । ଏହାକୁ ଚା ଭାବେ ତିଆରି କରି ପିଇପାରିବେ । ଏଥିପାଇଁ ଆବଶ୍ୟକ ଏକ ଛୋଟ ଚାମଚରେ ପାନମହୁରୀ ଏବଂ ପାଣି । ସର୍ବପ୍ରଥମେ, ଫୁଟାଇବା ପାଇଁ ୧ ଗ୍ଲାସ ପାଣି ରଖନ୍ତୁ । ପାଣି ଫୁଟିବା ପରେ ସେଥିରେ ଏକ ଚାମଚ ପାନମହୁରୀ ମିଶାଇ ଦିଅନ୍ତୁ । କିଛି ସମୟ ପରେ ଗ୍ୟାସ ବନ୍ଦ କରନ୍ତୁ । ବର୍ତ୍ତମାନ ସେହି ଜଳକୁ ୧ ମିନିଟ୍ ପାଇଁ ଘୋଡାଇ ରଖନ୍ତୁ । ଟିକେ ଥଣ୍ଡା ହେଲା ପରେ ଏହାକୁ ପିଅନ୍ତୁ । ମେଦବହୁଳତା ହ୍ରାସ କରିବାରେ ପାନମହୁରୀ ବହୁ ଉପକାରୀ ଅଟେ । ଓଜନ କମାଇବା ପାଇଁ ପାନମହୁରୀ ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ତେବେ ଏହି ପାଣିକୁ ପ୍ରତିଦିନ ସକାଳେ ପିଇଲେ ଦିନଟି ସୁସ୍ଥ ସହ ଆରମ୍ଭ ହୋଇଥାଏ । ପାନମହୁରୀର ପାଣି ପିଇବା ଦ୍ବାରା ଶରୀରରେ ଥିବା ଅତିରିକ୍ତ ଚର୍ବି ବାହାର କରିବାରେ ସାହାଯ୍ୟ କରିଥାଏ । ପାନମହୁରୀରେ ଥିବା ଉପାଦାନଗୁଡ଼ିକ କ୍ୟାଲୋରୀ ବାହାର କରିବାରେ ସାହାଯ୍ୟ କରିଥାଏ । ପାନମହୁରୀରେ ଉଚ୍ଚ ଫାଇବର ରହିଛି ଯାହା ଫଳରେ ପେଟକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଫୁଲ କରି ରଖେ। ପାନମହୁରୀ ଖାଇବା ଦ୍ୱାରା ମେଟାବୋଲିଜିମ୍ ମଧ୍ୟ ଭଲ ରହିଥାଏ, ଯାହା ଦ୍ବାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହ ପାନମହୁରୀ ପାଣି ପିଇବା ଫଳରେ ମେଟାବୋଲିଜିମ୍ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ପାନମହୁରୀରୁ ପ୍ରସ୍ତୁତ ହୋଇଥିବା ଏହି ପାଣି ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପାନମହୁରୀରେ ଥିବା କେତେକ ପୋଷକ ତତ୍ତ୍ୱ – ପାନମହୁରୀର ଥିବା ମିନରଲ୍ସ , ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ପାନମହୁରୀରେ ମିଳୁଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ତେବେ ଏହା ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!