Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ଫାଶୀ ଦେଇଥିବା ଦେଖିବାକୁ ମିଳିଥିଲା

by ସଞ୍ଜୟ ସ୍ୱାଇଁ
August 12, 2021
in Crime, State
ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ଫାଶୀ ଦେଇଥିବା ଦେଖିବାକୁ ମିଳିଥିଲା
189
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନିଶା ହେଲା କାଳ। ବାପା ଘଟାଇଲା ଅଭାବନୀୟ କାଣ୍ଡ। ୩ ବର୍ଷର ଶିଶୁପୁତ୍ରକୁ ଶାଢ଼ୀରେ ଗୋଟିଏ କାନିରେ ବାନ୍ଧି ଫାଶୀ ଦେଇଥିବା ବେଳେ ଅନ୍ୟ ପଟ କାନିରେ ନିଜେ ଝୁଲିପଡିଲା ପୁତ୍ରହନ୍ତା ବାପା। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝିରିଗାଁ ଥାନା ଅଞ୍ଚଳରେ ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବିକ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଛି । ୩ବର୍ଷ ଶିଶୁପୁତ୍ରକୁ ଶାଢ଼ୀର ଗୋଟିଏ ପଟେ ଫାଶୀ ଦେଇ ହତ୍ୟା କରିବା ପରେ ସେହି ଶାଢ଼ୀର ଆଉ ଗୋଟେ ପାର୍ଶ୍ଵରେ ନିଜେ ବେକରେ ଲଗାଇ ଆତ୍ମହତ୍ୟା କରିଛି ବାପା। ପାରିବାରିକ କଳହରୁ ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ ହୋଉଛି। ଘଟଣା ଅନୁସାରେ, ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତି ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିବା ପରେ ତା ସ୍ତ୍ରୀ ବିମଳା ମାଝୀ ସହ ଗଣ୍ଡଗୋଳ କରିବା ସହ ବିମଳାକୁ ମାରିବା ପାଇଁ ଗୋଡ଼ାଇଥିଲା। ସ୍ତ୍ରୀ ବିମଳା ସ୍ୱାମୀର ଭୟରେ ଘର ପଛପଟେ ଲୁଚି ଯାଇଥିଲେ। ୨ ଘଣ୍ଟା କାଳ ଲୁଚିବା ପରେ ବିମଳା ଘର ଝରକାର ଫାଙ୍କ ଦେଇ ସ୍ୱାମୀ କ’ଣ କରୁଛନ୍ତି ବୋଲି ଦେଖିବା ବେଳେକୁ ସ୍ୱାମୀ ବେକରେ ଦଉଡି ଲଗାଇ ଝୁଲି ପଡିଥିବା ଦେଖିଥିଲେ। ପରେ ପଡୋଶୀଙ୍କୁ ଚିତ୍କାର କରି ଡାକ ପକାଇଥିଲା। ଏହାପରେ ପୀତବାସର ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଫାଶୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଦୁହିଁଙ୍କୁ ଓହ୍ଲାଇବା ବେଳକୁ ଉଭୟଙ୍କ ଜୀବନ ଚାଲିଯାଇଥିବା ଜଣାପଡିଥିଲା ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସକୁ ଗ୍ରାମବାସୀ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!