Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିପ୍ପର୍, ଟ୍ରକ୍‌ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ୍‌

by ସଞ୍ଜୟ ସ୍ୱାଇଁ
August 12, 2021
in Crime, Feature News, State
ଟିପ୍ପର୍, ଟ୍ରକ୍‌ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ୍‌
306
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଟିପ୍ପର୍, ଟ୍ରକ୍‌ଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ । ଗାଡିଗୁଡିକର ଯନ୍ତ୍ରାଂଶକୁ ଟୁକୁଡା ଟୁକୁ଼ଡା କରି ଦେଉଥିଲେ । ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସଗୁଡିକୁ ମଧ୍ୟ ଅଲଗା କରିଦିଆଯାଉଥିଲା । ଆଉ ଏସବୁକୁ ନେଇ ବାହାର ରାଜ୍ୟକୁ ବିକ୍ରି କରି ଦେଉଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଧରିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପ଼ଡା ପୁଲିସ୍‌। ଗତ କିଛି ଦିନ ହେଲା ବଣାଇ ସବ୍‌ଡିଭିଜନର ଲହୁଣୀପଡା ଓ ବରସୁଆଁ ଅଞ୍ଚଳରେ ୬ରୁ ଅଧିକ ଟିପ୍ପର ଚୋରି ନେଇ ଅଭିଯୋଗ ହୋଇଥିଲା । ଆଉ ଏହାର ତଦନ୍ତ ଜାରି ରଖିଥିଲା ପୁଲିସ୍‌ । ଏହି ସମୟରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ ଓ ଢାବାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା । ଆଉ ଢାବାରେ ଲାଗିଥିବା ଏକ ସିସିଟିଭିରୁ ୨ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପଚରାଉଚୁରା ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା । କରୋନା ଲକ୍‌ଡାଉନ୍‌ ଯୋଗୁଁ କାମ ମିଳୁ ନ ଥିବାରୁ ଏହି ୨ ଜଣ ଏବଂ ଆଉ ଜଣେ ମିଶି ଲହୁଣୀପଡା ଓ ବରସୁଆ ଅଞ୍ଚଳରୁ ୬ଟି ଟିପ୍ପର୍ ଚୋରି କରିନେଇଥିଲେ । ଆଉ ଏହାକୁ ନେଇ ସେମାନେ ସୁନ୍ଦରଗଡର ବିଭିନ୍ନ ଅଞ୍ଚଳରେ ବିକି ଦେଉଥିଲେ । ତେବେ ରାଜେନ୍ ସନ୍ୟାସୀ ନାମକ ଜଣେ କ୍ରସର ମାଲିକଙ୍କ କ୍ରସର ପଛପଟେ ଏସବୁ ଚୋରି ଟିପ୍ପରର ପାର୍ଟସ ଓ ଇଞ୍ଜିନକୁ ଗ୍ୟାସ୍ କଟରରେ କାଟି କାଟି ଛୋଟ କରାଯାଇ ବିକ୍ରି କରାଯାଉଥିଲା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିସହ ସେମାନଙ୍କଠାରୁ ଟିପ୍ପରର୍ ଯନ୍ତ୍ରାଂଶ , ମୋବାଇଲ୍ ଆଦି ଜବତ କରାଯାଇଛି । ଏ ବାବଦରେ ଅଧିକ ପଚରାଉଚୁରା ଲାଗି ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!