ରାଜକନିକା,(ବାଘୁଆବାର୍ତ୍ତା): ରାଜକନିକାରେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ। ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ। ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମେଗା ଜଳ ପ୍ରକଳ୍ପର କାମକୁ ବିରୋଧ କରି କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ଏଣେ ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ପୁଲିସକୁ ମୁତୟନ କରିଛି ପ୍ରଶାସନ। ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କଂପାନିର ବିଭିନ୍ନ ଯନ୍ତ୍ରପାତି ଏପରିକି ଆମ୍ବୁଲାନ୍ସକୁ ବି ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ଜଣାଯାଇଛି।






