କଳାହାଣ୍ଡି, (ବାଘୁଆବାର୍ତ୍ତା): ଦୁଇ ଶିଶୁକୁ ତଣ୍ଟି ଚିପି ହତ୍ୟା । ଗୋଆରୁ ଶିଶୁର କଙ୍କାଳ ଜବତ କଲା ଧର୍ମଗଡ ପୋଲିସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରିଗୁମ୍ମା ଗାଁର ଜଣେ ବିଧବା ମହିଳା ଗୁରୁବାରୀ ମାଝୀ ଓ ଜଣେ ଯୁବତୀ ଗାୟତ୍ରୀ ନାଗ ଦାଦନ ଖଟିବାକୁ ଗୋଆ ଯାଇଥିଲେ । ସେହିଠାରେ ବିବାହ ପ୍ରତିଶ୍ରୁତି ଦେଇ ଜୟପାଟଣା ଥାନା ବେରହେନସିଲର ତ୍ରିପାଳ ନାଏକ ଉଭୟଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଏହାପରେ ଉଭୟଙ୍କ ଜନ୍ମିତ ଦୁଇ ଶିଶୁଙ୍କର ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଅଭିଯୋଗ କରିଛନ୍ତି ଉଭୟ ପୀଡିତା । ତେବେ ଉଭୟ ମାଆ ଗୋଆରୁ ଫେରି ଏ ନେଇ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଫେରାର ପ୍ରେମିକ ତ୍ରିପାଳ ନାଏକକୁ ଗିରଫ କରିବା ପରେ ଗୋଆରୁ ଶିଶୁର କଙ୍କାଳ ଜବତ କରିଛି ।





