Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁରେ ୫ ମହିଳା ଅଧିକାରୀଙ୍କ ସମନ୍ୱୟ

ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଚର୍ଚ୍ଚାରେ

by ସଞ୍ଜୟ ସ୍ୱାଇଁ
August 12, 2021
in Feature News
ଓଡ଼ଗାଁରେ ୫ ମହିଳା ଅଧିକାରୀଙ୍କ ସମନ୍ୱୟ
4.3k
VIEWS
Share on FacebookShare on Twitter

ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ମିଳନ

ଓଡ଼ଗାଁ/ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବିକାଶ କ୍ଷେତ୍ରରେ ବହୁ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି । ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଉନ୍ନୟନ, ଶାନ୍ତି, ଶୃଙ୍ଖଳା, ଶିକ୍ଷା ଏବଂ ବିକାଶର ଦାୟିତ୍ୱ ତୁଲାଉଛନ୍ତି ୫ ଜଣ ମହିଳା ଅଧିକାରୀ । ବିକାଶ ପାଇଁ ଏମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଏବେ ଚର୍ଚ୍ଚାରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତ ସିଂହାର, ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ବିଡିଓ ସ୍ୱାତୀଲେଖା ଦାଶ, ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ନେଇ ୫ ଜଣ ମହିଳା ଅଧିକାରୀ ଏବେ ଚର୍ଚ୍ଚାରେ ।

ଏଭଳି ସମନ୍ୱୟ ବିରଳ ବୋଲି କୁହାଯାଇପାରେ । ବ୍ଲକର ୫ଟି ମୁଖ୍ୟ ପଦବୀରେ ୫ ଜଣ ଅଧିକାରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଓଡ଼ଗାଁର ଆରାଧ୍ୟ୍ୟ ପ୍ରଭୂ ଶ୍ରୀ ରଘୁନାଥଙ୍କ ପାଇଁ ଓଡ଼ଗାଁ ପ୍ରସିଦ୍ଧି ଲାଭ କରିଛି । ଏହି ବ୍ଲକ ଉଭୟ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରେ ଯାଉଛି । ଦୁଇ ବିଧାୟକଙ୍କ ଦବଦବା ମଧ୍ୟ ବ୍ଲକରେ ରହିଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଲୋକଙ୍କ ସହ ସଦା ସର୍ବଦା ଜଡ଼ିତ ହୋଇ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।

ଏହି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ବିଡିଓ, ତହସିଲଦାର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେହିଭଳି ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା ହେଉ ଅଥବା ଆଇନଶୃଙ୍ଖଳା କ୍ଷେତ୍ରରେ ମଧ୍ୟ ଥାନା ଅଧିକାରୀଙ୍କ ଭୂମିକା ପ୍ରଶଂସନୀୟ । ସେହିଭଳି ଭାବେ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ଗୀତାଞ୍ଜଳୀ ସାହୁ ପୂର୍ବରୁ ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଓଡ଼ଗାଁ ଏନଏସିରେ ରହିଥିବା ବ୍ୟାପକ ସମସ୍ୟାକୁ ଦୂର କରିବା । କରୋନା ମହାମାରୀ ସମୟରେ ଓଡ଼ଗାଁରେ ଗୋଷ୍ଠୀ ସଂକ୍ରମଣକୁ ମାତ ଦେବାରେ ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ରଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ଗାଁର ଏହି ୫ ମହିଳା ଅଧିକାରୀଙ୍କୁ ନେଇ ଏବେ ଜିଲ୍ଲା ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!