Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲର ସଫଳ ଉତକ୍ଷେପଣ

by ସଞ୍ଜୟ ସ୍ୱାଇଁ
August 11, 2021
in State, Technology
ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲର ସଫଳ ଉତକ୍ଷେପଣ
50
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିଲା । ଏଥର ମାଣିକ୍‌ ଟର୍ବୋଫ୍ୟାନ୍‌ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହାଦ୍ୱାରା ମିସାଇଲ ଅଧିକ ବେଗ ପାଇବା ସହିତ କମ୍ ଶବ୍ଦ କରିବ । ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ । ଏହାର ଲମ୍ବ ୬ ମିଟର ଏବଂ ଓସାର ୦.୫୨ ମିଟର । ଏହାର ଡ଼େଣାର ଲମ୍ବ ୨.୭ ମିଟର । ୨ଶହରୁ ୩ଶହ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରହିଛି ନିର୍ଭୟ ମିସାଇଲ୍ । ୭୫୦ରୁ ୧୦୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ । ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗଠାରୁ ୭ରୁ ୯ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିଲା । ଆଜି ନବମ ଥର ପାଇଁ ନିର୍ଭୟ ମିସାଇଲର ପରୀକ୍ଷା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!