ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଆଜି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗସ୍ତ କରି ଏହାର ସ୍ଥିତି ପରଖିଛନ୍ତି । ନୟାଗଡ଼ ପୈାରାଞ୍ଚଳ ୧୨ ନଂ ୱାର୍ଡ଼ ଅଙ୍ଗନବାଡ଼ି କେନ୍ଦ୍ର, ଖୁଣ୍ଟୁବନ୍ଧ ପଞ୍ଚାୟତର ଗୋଡ଼ିଆଳି, ଇଟାମାଟିର ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆକର୍ଷଣୀୟ କରିବା ସହ ଖେଳନା ଏବଂ ଆମୋଦଦାୟକ ଦ୍ରବ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଗସ୍ତରେ ଡିଏସଡବ୍୍ୟୁଓ ଶଙ୍କର ଜେନା, ସିଡିପିଓ ଲକ୍ଷ୍ମୀ ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଜନପ୍ରତିନିଧି ଏବଂ ଅଙ୍ଗନବାଡ଼ି ସୁପରଭାଇଜରମାନେ ଉପସ୍ଥିତ ରହିଥିଲେ ।






