ନୂଆପଡା, (ବାଘୁଆବାର୍ତ୍ତା): ଢାବା ମାଲିକାଣୀ ବାସନ୍ତୀ ମେହେରଙ୍କୁ ଗୁଳିମାଡ ଘଟଣାରେ ୨ ସୁପାରୀ କିଲର ସହ ୪ ଜଣ ଗିରଫ । ଗତ ଜୁଲାଇ ମାସ ୩୧ ତାରିଖ ରାତିରେ ଦୁଇ ଜଣ ବାଇକରେ ଆସି ଗୁଳିମାଡ କରି ଫେରାର ଥିଲେ । ସେହିଦିନଠାରୁ ନୂଆପଡା ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ କରି ଖଡିଆଳ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ସ୍ବାମୀ-ସ୍ତ୍ରୀଙ୍କ ମାମଲାରେ ହସ୍ତକ୍ଷେପ କରୁଥିବା ଶାଶୁକୁ ଜ୍ବାଇଁ କରିଥିଲା ହତ୍ୟା ଯୋଜନା । ୬ଲକ୍ଷ ଟଙ୍କାରେ ସୁପାରୀ କିଲର ଲଗେଇ ମାରିଥିଲା ଜ୍ବାଇଁ । ୨ ଲକ୍ଷ ଟଙ୍କା ଆଡଭାନ୍ସ ନେଇ ଗୁଳି କରିଥିଲେ ସୁପାରୀ କିଲର । ଜ୍ବାଇଁ ଓ ତାଙ୍କ ଭାଇ ସହ ବୁର୍ଲା ଅଞ୍ଚଳର ୨ ସୁପାରୀ କିଲର ଗିରଫ । ଆଗକୁ ଗିରଫଦାରୀ ବଢିବା ନେଇ ଖଡିଆଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର । ୯୦ ହଜାର ଟଙ୍କା ସହ ୨ ବାଇକ ମଧ୍ୟ ଜବତ ।





