ଭୁବନେଶ୍ୱର, (ବାଘୁଆବାର୍ତ୍ତା): କାଳ ସାଜିଲା ଅନଲାଇନ୍ କ୍ଲାସ୍ । ଅନଲାଇନ୍ କ୍ଲାସ୍ ନକରିବାରୁ ପୁଅର ତଣ୍ଟି ଚିପିଦେଲା ମା । ତଣ୍ଟି ଚିପିବା ପରେ ପୁଅର ମୃତ୍ୟୁ ହୋଇଯାଇଥିବା ବେଳେ ମା କରିଥିଲା ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇ ଅଞ୍ଚଳରେ । ସୂଚନାନୁସାରେ, ମୁମ୍ବାଇର ନାସିକର ପାଥର୍ଡୀ ଫାଟା ଅଞ୍ଚଳରେ ସୋମବାର ରାତି ସାଢେ ୯ଟା ସମୟରେ ମହିଳା ଜଣଙ୍କ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଛୋଟ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନଲାଇନରେ ଛୋଟି ଶିଶୁଟି କ୍ଲାସ୍ କରିବାକୁ ମନା କରିବାରୁ ମା ରାଗିଯାଇ ପୁଅ ତଣ୍ଟି ଚିପି ହତ୍ୟା କରିଛନ୍ତି । ଶବ ପାଖରେ ପଡିରହିଛି ସୁଇସାଇଡ୍ ନୋଟ୍ । ସେମାନଙ୍କ ମୃତ୍ୟୁ ପାଇଁ ଆଉ କାହାକୁ ଦାୟୀ ନକରିବା ପାଇଁ ଉଲ୍ଲେଖ ହୋଇଛି । ପୁଲିସ୍ ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ପହଞ୍ôଚ ମା ଓ ପୁଅର ଶବ ଜବତ କରିବା ସହ ସୁଇସାଇଡ୍ ନୋଟ୍ ଧରି ତଦନ୍ତ ଆରମ୍ଭ କରିଛି ।





