ପୁରୀ, (ବାଘୁଆବାର୍ତ୍ତା): ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି। ଶ୍ରୀମନ୍ଦିର ଖୋଲିବା ନେଇ ନୂଆ ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପି ଅନୁସାରେ ଆସନ୍ତାକାଲି ଠାରୁ ଦୁଇ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସେମାନେ ଶ୍ରୀମନ୍ଦିରର ଯେକୌଣସି ଦ୍ଵାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ପ୍ରବେଶ କରିପାରିବେ। ଏହାପରେ ଆସନ୍ତା ୧୬ ରୁ ୨୦ ତାରିଖ ପର୍ୟ୍ୟନ୍ତ ପୁରୀବାସୀଙ୍କୁ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି। ପୁରୀବାସୀମାନେ ସେମାନଙ୍କର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହାପରେ ଆସନ୍ତା ୨୩ ତାରିଖରୁ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି। ନୂଆ ଏସଓପି ଅନୁଯାୟୀ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେନି ଶ୍ରଦ୍ଧାଳୁ।





