Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
August 11, 2021
in Health, State
ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ
181
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ)ର ତଥ୍ୟ ଅନୁସାରେ, ଆମ ଦେଶର ପିଲାଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ । ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନେ ମାଛ ଖାଇବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁସାରେ, ଜଣେ ବ୍ୟକ୍ତି ବର୍ଷକୁ ଅତି କମରେ ୧୧ କେଜି ମାଛ ଖାଇବା ଆବଶ୍ୟକ । ଆମ ରାଜ୍ୟରେ ଲୋକମାନେ ମାଛର ଗୁରୁତ୍ୱକୁ ଉପଲବ୍ଧି କଲେଣି । ତେଣୁ ଦିନକୁ ଦିନ ମାଛର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଏବେ ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜିକୁ ବୃଦ୍ଧି ପାଇଲାଣି । ଆମକୁ ସୁସ୍ଥ ରହିବାକୁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ପରିମାଣର ମାଛ ସାମିଲ କରିବା ଦରକାର । ଚୁନା ମାଛ ଗୁଡ଼ିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୁନା ମାଛରୁ ଭିଟାମିନ ଏ, ଡି ଓ ବି ମିଳିଥାଏ । ସାଧାରଣତଃ ଚୁନା ମାଛ ଗୁଡ଼ିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ୍ଣ ଖାଇଥାଉ, ଯାହାର ଉପାଦେୟତା ଅଧିକ ଥାଏ । ଚୁନା ମାଛରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନଙ୍କୁ ସ୍ୱାସ୍ଥ୍ୟ ଭଲ ରୁହେ । ଚୁନା ମାଛ ଖାଇବା ଦ୍ୱାରା ସୁସ୍ଥ ମସ୍ତିସ୍କ ବୃଦ୍ଧି ହେବା ସହିତ ଚକ୍ଷୁ ସୁସ୍ଥ ରୁହେ, ରକ୍ତହୀନତା ଦୂର ହୁଏ । ହାଡ଼ ଓ ଦାନ୍ତ ଶକ୍ତ ଓ ସୁସ୍ଥ ରୁହେ । ମାଛରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ଓ ଶିଶୁଙ୍କ ପାଇଁ ଅଧିକ ଉପଯୋଗୀ । ମାଛ ତେଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ ଅଧିକ ପରିମାଣରେ ଥାଏ । ମାଛ ତେଲ ଯନ୍ତ୍ରଣା ଓ ମାନସିକ ଚାପ ଦୂର କରିଥାଏ । ମାଛ ତେଲ ହୃଦୟ ପାଇଁ ଭଲ । ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ପ୍ରତିଦିନ ମାଛ ତେଲ ବ୍ୟବହାର କରିବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା କମିଯାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଲାଭଦାୟକ । ପଞ୍ଜାବର ଗୁରୁ ଅଙ୍ଗଦ ଦେବ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ମାଛ ବିସ୍କୁଟ ପ୍ରସ୍ତୁତ କରାଯାଇଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । କରୋନା ମହାମାରୀ ଆସିବା ପରେ, ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପସନ୍ଦ କରୁଛନ୍ତି । ତେଣୁ ହାଇ ପ୍ରୋଟିନ ଯୁକ୍ତ ମାଛ ବିସ୍କୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ୍‌ ସହାୟକ ବୋଲି ଆଶା କରାଯାଏ । ବିସ୍କୁଟ ପ୍ରସ୍ତୁତକାରୀଙ୍କ କହିବା ଅନୁସାରେ, ଏହି ବିସ୍କୁଟ ସାଧାରଣ ବିସ୍କୁଟ ତୁଳନାରେ ମହଙ୍ଗା । କିନ୍ତୁ ଏହା ଔଷଧ ଭଳି କାମ କରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!