Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ଢାଞ୍ଚାରେ ନବମ ଓ ଦଶମ ପରୀକ୍ଷା, ଅନଲାଇନରେ ହେବ ଫର୍ମ ପୂରଣ

by ସଞ୍ଜୟ ସ୍ୱାଇଁ
August 11, 2021
in Education, State
ନୂଆ ଢାଞ୍ଚାରେ ନବମ ଓ ଦଶମ ପରୀକ୍ଷା, ଅନଲାଇନରେ ହେବ ଫର୍ମ ପୂରଣ
192
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କରୋନା ସଂକ୍ରମଣଜନିତ ଆଶଙ୍କାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ପାଠ ପଢା ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛ । ଏହି କ୍ରମରେ ବୋର୍ଡ ପକ୍ଷରୁ ନୂତନ ପରୀକ୍ଷା ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲ୍‌ରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ବିଜ୍ଞପ୍ତି ଅନୁସାରେ, ଶିକ୍ଷା ବର୍ଷକୁ ଦୁଇଟି ପର୍ୟ୍ୟାୟ(ଟର୍ମ)ରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ୟ୍ୟାୟ ଶିକ୍ଷାଦାନ ଜୁଲାଇରୁ ନଭେମ୍ବର ଯାଏ ଓ ଦ୍ୱିତୀୟ ପର୍ୟ୍ୟାୟ ଶିକ୍ଷାଦାନ ଡିସେମ୍ବରରୁ ଏପ୍ରିଲ୍‌ ପର୍ୟ୍ୟନ୍ତ ଚାଲିବ। ଗତବର୍ଷ ପରି ଚଳିତ ବର୍ଷ ୭୦ ପ୍ରତିଶତ ପାଠ୍ୟକ୍ରମ ପଢାଯିବ। ତେବେ ପାଠ୍ୟକ୍ରମର ଅବଧି ଓ ଶିକ୍ଷାଦାନ କ୍ରମ ନେଇ ବୋର୍ଡ ପକ୍ଷରୁ ଖୁବ ଶୀଘ୍ର ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ସେହିପରି ଚଳିତ ବର୍ଷ ମାଟ୍ରିକ ବିକଳ୍ପ ମୂଲ୍ୟାୟନକୁ ନେଇ ନାନା ବାଦବିବାଦକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି । ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୪ଟି ପର୍ୟ୍ୟାୟରେ କରାଯିବ । ଆଭ୍ୟନ୍ତରୀଣ ମୂଲ୍ୟାୟନ ଲାଗି ପ୍ରଥମ ପର୍ୟ୍ୟାୟ ମୂଲ୍ୟାଙ୍କନ ବା ପ୍ରଥମ ଆସେସ୍‌ମେଣ୍ଟ୍‌ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ବିଦ୍ୟାଳୟରେ କରାଯିବ । ସେହିପରି ଦ୍ୱିତୀୟ ଆସେସମେଣ୍ଟ୍‌ ନଭେମ୍ବର ପ୍ରଥମ ସପ୍ତାହ, ତୃତୀୟ ଆସେସ୍‌ମେଣ୍ଟ୍‌ ଜାନୁଆରୀ ଦ୍ୱିତୀୟ ସପ୍ତାହ ଏବଂ ଚତୁର୍ଥ ଆସେସ୍‌ମେଣ୍ଟ୍‌ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସମୟ ସୀମା ଧାର୍ୟ୍ୟ କରାଯାଇଛି । ଅନ୍ୟପକ୍ଷରେ ଚଳିତ ଶିକ୍ଷା ବର୍ଷରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ୟ୍ୟାୟ(ଟର୍ମ) ପରୀକ୍ଷା ନଭେମ୍ବର ଶେଷ ସପ୍ତାହରେ ଓ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହରେ ହେବ । ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପ୍ରଥମ ପର୍ୟ୍ୟାୟ ପରୀକ୍ଷା ୩୦ ପ୍ରତିଶତ ନମ୍ବର ଏବଂ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ୫୦ ପ୍ରତିଶତ ମାର୍କ ସମ୍ବଳିତ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବାକୁ ହେବ । ଉକ୍ତ ଦୁଇଟି ପର୍ୟ୍ୟାୟ ମାର୍କ ସହ ବିଦ୍ୟାଳୟ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ମୂଲ୍ୟାୟନର ୨୦ ପ୍ରତିଶତ ମାର୍କକୁ ମିଶାଇ ପରୀକ୍ଷାର୍ଥୀଙ୍କର ସମୁଦାୟ ମୂଲ୍ୟାୟନ ହେବ ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ବିଦ୍ୟାଳୟରେ ପରୀକ୍ଷା ବାତିଲ୍‌ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ମାଟ୍ରିକ୍‌ ଫଳ ପ୍ରକାଶନକୁ ନେଇ ରାଜ୍ୟରେ ବହୁ ବିବାଦ ମୁଣ୍ଡ ଟେକିଥିଲା । ଆଗାମୀ ଦିନରେ କରୋନା ସଂକ୍ରମଣର ସ୍ଥିତି କ’ଣ ହେବ ତାହା ସ୍ପଷ୍ଟ ନୁହେଁ । ତେଣୁ ଚଳିତ ବର୍ଷ ଯେପରି ଏସବୁ ବିବାଦ ସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପାଠ୍ୟକ୍ରମ ପ୍ରସ୍ତୁତି, ଶିକ୍ଷାଦାନ, ପରୀକ୍ଷା ଓ ବିକଳ୍ପ ମୂଲ୍ୟାୟନ ନେଇ ବୋର୍ଡ କର୍ତ୍ତୃପକ୍ଷ ଏଇଭଳି ଅନେକ ନୂତନ ନିଷ୍ପତ୍ତି ନେଇଛି । ଚଳିତବର୍ଷ ନବମ ଏବଂ ଦଶମ ପରୀକ୍ଷାରେ ବୋର୍ଡ ଅନେକ ନୂତନ ନିଷ୍ପତ୍ତି ନେଇଛି । ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ପରୀକ୍ଷା କରାଯିବ । ପ୍ରତି ପର୍ୟ୍ୟାୟ ଶେଷରେ ଏହି ପରୀକ୍ଷା ହେବ।ଛାତ୍ରଛାତ୍ରୀମାନେ ବୋର୍ଡ ଦ୍ୱାରା ବଛାଯାଇଥିବା ସେଣ୍ଟରରେ ପରୀକ୍ଷା ଦେବା ପାଇଁ ଅନଲାଇନ୍‌ ଫର୍ମ ପୂରଣ କରିବେ । ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ପରୀକ୍ଷା ହେବ । ଏହି ପରୀକ୍ଷା ୫୦ ମାର୍କରେ ହେବ । ଏଥିପାଇଁ ଗୋଟିଏ ଘଣ୍ଟା ସମୟ ନିର୍ଘଣ୍ଟ ରହିବ । ଛାତ୍ରଛାତ୍ରୀ ଓଏମ୍‌ଆର ଉତ୍ତର ଖାତାରେ ଉତ୍ତର ଦେବେ । ପ୍ରଶ୍ନଗୁଡ଼ିକ ପ୍ରଥମ ୫୦ ପ୍ରତିଶତ ପାଠ୍ୟକ୍ରମରୁ ପଡ଼ିବ । ଚୂଡାନ୍ତ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ । ଏଥିର ୫୦ ମାର୍କ ମଲ୍ଟିପୁଲ୍‌ ଚୟସ ଏବଂ ୩୦ ମାର୍କ ସବଜେକ୍ଟିଭ୍‌ ପ୍ରଶ୍ନ ରହିବ । ଏହି ପ୍ରଶ୍ନଗୁଡ଼ିକ ସମ୍ପୂର୍ଣ୍ଣ ପାଠ୍ୟକ୍ରମ(ଦୁଇଟି ପର୍ୟ୍ୟାୟ ମିଶାଇ)ରୁ ପଡ଼ିବ । କୋଭିଡ୍‌ ସଂକ୍ରମଣ ଯୋଗୁଁ ପରୀକ୍ଷା ହୋଇନପାରିଲେ ପରୀକ୍ଷାର୍ଥୀମାନେ ଘରେ ବସି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!