Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହନୁମାନ ପଇସା ହାତେଇବା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା

by ସଞ୍ଜୟ ସ୍ୱାଇଁ
August 11, 2021
in Crime, State
ହନୁମାନ ପଇସା ହାତେଇବା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା
99
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ୩ ମାସ ପୂର୍ବେ ହୋଇଥିବା ଏକ ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ୍‌। ହନୁମାନ ପଇସା ପାଇଁ ସୁଚିନ୍ତିତ ଭାବେ ରଚା ଯାଇଥିଲା ଷଡଯନ୍ତ୍ର । ଯୁବକଙ୍କୁ ଘରୁ ଡାକି ନେଇ କୁରାଢିରେ ହାଣି ହତ୍ୟା କରିଥିଲେ ୪ ଅଭିଯୁକ୍ତ । ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ୫ ତାରିଖରେ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତଳୁ ମିଳିଥିଲା। ପୁଲିସ୍‌ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀ। ସେମାନଙ୍କୁ ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି। ରାଇତାଲ ଗାଁର କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ନେଇ କୌଣସି ସୂତ୍ରରୁ ୪ ଅଭିଯୁକ୍ତ ଜାଣିବାକୁ ପାଇଥିଲେ। ଉକ୍ତ ହନୁମାନ ପଇସାକୁ ହାତେଇବା ପାଇଁ ଗତ ମେ’ ମାସ ୪ ତାରିଖ ରାତି ୮ଟାରେ କୃଷ୍ଣ କିସାନଙ୍କୁ ମାଛ ଧରିବା ପାଇଁ ଯିବା କହି ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ହନୁମାନ ପଇସା ସେମାନଙ୍କୁ ଦେବା ପାଇଁ କହିଥିଲେ। ମାତ୍ର ନିଜ ପାଖରେ ହନୁମାନ ପଇସା ନ ଥିବା କୃଷ୍ଣ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ତାଙ୍କୁ କେନ୍ଦୁବାହାଲ ଗାଁରେ ଏକ ଟାଙ୍ଗିଆ ଏବଂ ୨ଟି କେନ୍ଦୁ ବାଡିରେ ବାଡ଼େଇ ବାଡ଼େଇ ହତ୍ୟା କରିଥିଲେ। କୃଷ୍ଣଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ହତ୍ୟାକାଣ୍ଡର ରୂପ ବଦଳେଇବା ପାଇଁ ରାଇତାଲ ଗାଁର ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ଅଭିଯୁକ୍ତମାନେ କୃଷ୍ଣଙ୍କ ମୃତଦେହ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କୃଷ୍ଣ ରାତି ସାରା ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମ ତଳୁ ତାଙ୍କ ମୃତଦେହ ମିଳିଥିଲା। ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରି କୃଷ୍ଣଙ୍କ ଭାଇ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୃଷ୍ଣଙ୍କ ଦେହସାରା ମାଡ ଦାଗ ଥିବାରୁ ପୁଲିସ ସନ୍ଦେହ କରି ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇନଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ଜାଣିବା ପରେ ତନାଘନା ଆରମ୍ଭ କରିଥିଲା। ତଦନ୍ତ ସମୟରେ ହନୁମାନ ପଇସା ହାତେଇବା ପାଇଁ କୃଷ୍ଣଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବା ସହ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆ, ୨ଟି କେନ୍ଦୁ ବାଡି ଆଦି ପୁଲିସ ଜବତ କରିଛି। ଏଥିସହ କୃଷ୍ଣଙ୍କ ଘରୁ ପୁଲିସ୍‌ ଏକ ମୁଦ୍ରା ଜବତ କରିଥିବା ବେଳେ ତାହା ହନୁମାନ ପଇସା ନୁହେଁ, ଏକ ବିଦେଶୀ ମୁଦ୍ରା ବୋଲି ଜଣାପଡ଼ିଛି। ଗତ କିଛି ଦିନ ପୂର୍ବେ ଏକ ହନୁମାନ ପଇସା ରାକେଟ୍‌କୁ ପୋଲିସ ଠାବ କରିଥିଲା। ଉକ୍ତ ରାକେଟ୍‌ ସହ ଏହି ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ନା ନାହିଁ, ସେନେଇ ପୁଲିସ୍‌ ସନ୍ଦେହ କରି ଅଧିକ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!