ନୟାଗଡ଼,(ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ। ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଲା ପଞ୍ଚାୟତ ପିଇଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ୩ଟି ଟିମ୍ କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଛାନଭିନ୍ ଜାରି ରଖିଥିବା ଜଣାପଡିଛି । ସନ୍ତୋଷଙ୍କର କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ଜିରିଡ଼ାମାଳି ଠାରେ ଭଡ଼ାରେ ଲଗାଇଥିବା ଘର ବ୍ୟତୀତ ରହୁଥିବା ଏକ ତିନିମହଲା ବିଶିଷ୍ଠ ବିଳାଶପୂର୍ଣ୍ଣ କୋଠା ଘର, ମାର୍କେଟକମ୍ପ୍ଲେସ, ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ସ୍ଥିତ ପୈତୃକ ଘର ଆଦି ସ୍ଥାନରେ ଭିଜିଲାନ୍ସ ପୃଥକ ପୃଥକ ଭାବେ ଛାନଭିନ୍ ଜାରି ରଖିଛି ।ତାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ, ବୀମା ପଲିସି, ତିନୋଟି ବିଶାଳ କୋଠାଘର, ଜାଗା, ଚାରିଚାକିଆ ଗାଡି ଓ ସୁନା ଗହଣା ଆଦି ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିସାରିଲେଣି ଭିଜିଲାନ୍ସ ଟିମ୍ ।





