ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଗତକାଲି ଦୂରୁଦୁରା ଗ୍ରାମ ନିକଟରୁ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ୧୦ ଲିଟର ଦେଶୀ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଡିମିରିଝରୀ ଗ୍ରାମର ଭାଗବତ ପ୍ରଧାନ । ସେ ସବୁବେଳେ ଉକ୍ତ ସ୍ଥାନରେ ମଦ ବିକ୍ରି କରିବା ସହ ଲୋକଙ୍କୁ ଧମକ ଚମକ ଦେଉଥିଲେ । ପୂର୍ବ ଯୋଜନାନୁସାରେ, ସଦରଥାନା ପୁଲିସ ଚଢ଼ାଉ କରି ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଆଜି ଭାଗବତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।






