Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା ଅଳଙ୍କାର ସହ କାର ଓ ଟଙ୍କା ଜବତ, ୮ ଗିରଫ

by ସଞ୍ଜୟ ସ୍ୱାଇଁ
August 10, 2021
in Crime, State
ସୁନା ଅଳଙ୍କାର ସହ କାର ଓ ଟଙ୍କା ଜବତ, ୮ ଗିରଫ
157
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଦୁଇଟି ଚୋରି ଘଟଣାର ପର୍ଦ୍ଦ।ଫାଶ କରିଛି ଗଞ୍ଜାମ ପୁଲିସ । ଏନେଇ ଗଞ୍ଜାମ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ପୁଲିସ ପକ୍ଷରୁ ଦୁଇ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ଏହି ଦୁଇଟି ଘଟଣାରେ ୮ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୭୪ ଗ୍ରାମ ସୁନା, ୯୯.୬ ଗ୍ରାମ ରୁପା , ୪୫୦୦ ଟଙ୍କା , ଗୋଟିଏ ମାରୁତି ଅଲ୍ଟୋ କାର, ଗୋଟିଏ ହିରୋହୋଣ୍ଡା ଗ୍ଲାମର, ଗୋଟିଏ ଶାବଳ ଓ ଗୋଟିଏ ସ୍କୃ ଡାଇଭର ଜବତ କରିଛି। ଗିରଫ ୮ ଜଣ ମଧ୍ୟରୁ ୬ ଜଣ ବିଭିନ୍ନ ଚୋରି ମାମଲାରେ ସଂପୃକ୍ତ ରହିଥିବା ବେଳେ ଅନ୍ୟ ଦୁଇ ଜଣ ଚୋରି ସୁନା କିଣିଥିଲେ। ଗିରଫମାନେ ହେଲେ ବ୍ରହ୍ମପୁର ସଦର ଥାନା ଅଚଂଳର କୃପାସିନ୍ଧୁପୁରର ଆର.ସୋଷ,ଆର.ବିନେଶ, ଟି.ବାଙ୍ଗର,ପୁରୁଷୋତମ ପୁର ଥାନା ରାଜପୁର ର ଗାଡି ଚାଳକ ଶିକାରୀ, କବିସୂଯ୍ୟନଗରକୈବଲ୍ୟ ପାତ୍ର, ବ୍ରହ୍ମପୁର ସଦର ଥାନା ଅଚଂଳର ଏସ.ବିଜୟ। ଏହି ୬ ଜଣ ବିଭିନ୍ନ ଘରୁ ସୁନା ଚୋରି କରି କୋଦଳା ଥାନା ଅଚଂଳର ସୁନାରୀ ଭିକାରୀ ସାହୁ ଓ ଖଲ୍ଲିକୋଟ ଥାନା ଅଚଂଳ ଭେଜିପୁଟ ର ସୁନାରୀ ବିଷ୍ଣୁ ସାହୁ କୁ ବିକ୍ରି କରୁଥିଲେ। ସୂଚନା ଥାଉକି ଗଞ୍ଜାମ ଥାନା ଅଚଂଳରେ ଜୁନ ୧ ଓ ଜୁନ ୨୮ ରେ ଦୁଇଟି ଚୋରି ଘଟିଥିଲା। ଜୁନ ୨୮ ରେ କରପଡା ଗ୍ରାମର ବୃନ୍ଦାବନ ଚର୍ତୀଙ୍କ ଘରୁ ୨୧ ତୋଳା ସୁନା ୧୦୦ ଗ୍ରାମ ରୁପା ଓ ୧୦ ହଜାର ଟଙ୍କା ଚୋରମାନେ ଚୋରି କରି କଳାକନା ବୁଲାଇଥିଲେ। ଏନେଇ ଛତ୍ରପୁର, ଗଞ୍ଜାମ,ଚମାଖଣ୍ଡି ପୁଲିସ କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଗତକାଲି ପୁଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଁ ପ୍ରଥମେ ବୈବଲ୍ୟ ପାତ୍ରକୁ ଧରିବା ପରେ ତାକୁ ଥାନାରେ ଆଣି ପଚରାଉଚରା କରିଥିଲା। ପରେ ପୁଲିସ ଅନ୍ୟମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ଅନ୍ୟ ଜଣକ ସଂପୃକ୍ତ ରହିଥିବା ବେଳେ ବର୍ତ୍ତମାନ ଫେରାର ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ପୁଲିସ ଜିଲା ଡିଏସପି ଶ୍ୟାମ ସୁନ୍ଦର ମହାପାତ୍ର, ଚମାଖଣ୍ଡି ଥାନା ଅଧତ୍କାରୀ ସିତାଂଶୁ ଶେଖର ମାନ୍ଧାତା, ଗଞ୍ଜାମ ଥାନା ଅଧତ୍କାରୀ ସୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!