Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଦିନରେ ୨ଟି ବେଆଇନ କରତକଳ ଉପରେ ଚଢ଼ାଉ

by ସଞ୍ଜୟ ସ୍ୱାଇଁ
August 10, 2021
in Crime, State
ଦୁଇ ଦିନରେ ୨ଟି ବେଆଇନ କରତକଳ ଉପରେ ଚଢ଼ାଉ
86
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରା ବେଆଇନ କରତ କଳ ବୃଦ୍ଧି ହେବାରେ ଲାଗିଛି। ବାଲେଶ୍ଵର ଡିଏଫଓଙ୍କ ନିର୍ଦେଶରେ ଏକ ଟିମ ଚଢ଼ାଉ କରି ଦୁଇଦିନରେ ଦୁଇଟି କରତ କଳ ଉପରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଫଳରେ ଚୋରା ବେପାରୀ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ରେମୁଣା ବ୍ଲକ ଅଧିନ ଗୋବିନ୍ଦପୁର ଅଞ୍ଚଳରେ ବହୁ ଦିନଧରି ବେଆଇନ କରତକଳ ଚାଲି ଆସୁଥିବା ବେଳେ ଡିଏଫଓ ବିମଲ ପ୍ରସନ୍ନ ଆଚାର୍ୟ୍ୟ ଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ମନ୍ବର ଖାଁ ଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଚଢ଼ାଉ କରିବା ସହ ମୂଲ୍ୟବାନ ୬୫ ସିଫ୍ଟ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ମେସିନ ସାହାଯ୍ୟରେ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଆଜି ମଧ୍ୟ ଅନୁରୂପ ଭାବେ ରେମୁଣା ବ୍ଲକ ଅଧିନ ସାହୁପଡା ଅଞ୍ଚଳ ପଦ୍ମପୁର ଗ୍ରାମରେ ଏକ ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲେ। ସାଗୁଆନ,ଶାଳ, ନିମ୍ବ ସମେତ ବହୁ ମୂଲ୍ୟବାନ କାଠ ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସେହିପରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି। ତେବେ କରତକଳକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଥିବା ବେଳେ ଘଟଣା ସ୍ଥଳରୁ ଚୋରା ବେପାରୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି।ଏହି ଚଢ଼ାଉ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ବେଳେ ସୋର,ଚାନ୍ଦିପୁର,ନୀଳଗିରି ଓ କୂଳଡିହାର ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!