Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନ୍ଦରିଆ ଯୁବକଙ୍କ ପ୍ରେମରେ ବାୟା ହେଲେ ମହିଳା

by ସଞ୍ଜୟ ସ୍ୱାଇଁ
August 10, 2021
in State
ସୁନ୍ଦରିଆ ଯୁବକଙ୍କ ପ୍ରେମରେ ବାୟା ହେଲେ ମହିଳା
801
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୧୨ ବର୍ଷର ବୈବାହିକ ସମ୍ପର୍କ । ଘରେ ୧୦ ବର୍ଷର ଛୁଆ । ତଥାପି ସୁନ୍ଦରିଆ ଯୁବକଙ୍କ ପ୍ରେମରେ ହୃଦୟ ଦୋହଲି ଗଲା । ଦେଢ ବର୍ଷର ମୋବାଇଲ ଚାଟିଂ ପ୍ରେମ ଶେଷରେ ବିବାହ ଯାଏଁ ପହଞ୍ଚିଲା । ହେଲେ ଲକ୍‌ ଡାଉନ୍‌ ସବୁ ବିଗାଡି ଦେଲା । ୯୦ ଦିନ ମନକୁ ସମ୍ଭାଳି ରଖିଲେ । ଶେଷରେ ସମ୍ପର୍କର ବାଡ ଡେଇଁ କାର୍‌ରେ ଛୁ ମାରୁଥିଲେ । ହେଲେ ଉଭୟଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ । କଳେବଳେ କୌଶଳେ ପ୍ରେମିକ ଜଣଙ୍କ ଖସି ପଳାଇଲା । ହେଲେ ଫସିଗଲେ କାର୍‌ ଡ୍ରାଇଭର । ବୋହେ ଛେଚା ଖାଇଲେ । ମଞ୍ଚେଶ୍ୱର ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଚେଶ୍ୱର ଅଞ୍ଚଳର ଜଣେ ମହିଳାଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଲା । ପ୍ରେମ ଏପରି ବାଇଆ କଲା ଯେ ଘରେ ସ୍ୱାମୀ ଏବଂ ୧୦ ବର୍ଷର ପୁଅକୁ ଭୁଲିଗଲେ ମହିଳା । ଦେଢ ବର୍ଷ ବିବାଦ ଚାଲିବା ପରେ ଶେଷରେ ସ୍ୱାମୀଙ୍କୁ ଛାଡି ମହିଳା ଜଣଙ୍କ ନହରକଣ୍ଟା ସ୍ଥିତ ବାପ ଘରକୁ ଚାଲି ଆସିଥିଲେ । ଲକ୍‌ ଡାଉନ୍‌ ଯୋଗୁଁ ବାରମ୍ବାର ପ୍ରେମିକ ସାଙ୍ଗେ ଖସି ଯିବାକୁ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ । ନିୟମ କୋହଳ ହେବା ପରେ ସୁଯୋଗ ଦେଖି ଖସିଯିବାକୁ ପ୍ଲାନ୍‌ କରିଥିଲେ । ପୂର୍ବ ଯୋଜନା ମୁତାବକ ପ୍ରେମିକ ଗାଡି ଆଣି ମହିଳାଙ୍କ ଘର ପାଖରେ ରଖିଥିଲେ । ମହିଳା ଜଣଙ୍କ ଘରୁ ଖସି ଆସି ଗାଡିରେ ବସି ଛୁ ମାରୁଥିଲେ । ହେଲେ ସବୁ ବିଗାଡି ଦେଲେ ସ୍ଥାନୀୟ ଲୋକେ । ମାଡି ବସିଥିଲେ । ପ୍ରେମିକ ବିଲ ଡେଇଁ ଖସିଯାଇଥିବା ବେଳେ ଫେରାର କରିବାକୁ ଆସିଥିବା ଗାଡି ଏବଂ ଡ୍ରାଇଭରକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଲୋକେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!