ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ବିଫଳ ହେଲା ଏଟିଏମ ଲୁଟ୍ । ବ୍ରହ୍ମଗିରି ବଜାରରେ ଥିବା ଏଟିଏମରୁ ଲୁଟ୍ ବେଳେ ଧରାପଡିଲେ ଯୁବକ । ପୋଲିସ ଦ୍ବାରା ଅଟକ । ବ୍ରହ୍ମଗିରି ବଜାରରେ ଥିବା ଆଇସିଆଇସିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରି ଧରାପଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକକୁ ଅଟକ ରଖିଛି । ଫଳରେ ଏଟିଏମ୍ ଲୁଟ୍ ବିଫଳ ହୋଇଛି । ଲୁଟ୍ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସହ ଅନ୍ୟ କାହାର ସଂପୃକ୍ତି ରହିଛି ତାର ତଦନ୍ତ ଜାରି ରଖିଛି ବ୍ରହ୍ମଗିରି ପୋଲିସ ।






