Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତି କୁ ନେଇ ବିବାଦ

by ସଞ୍ଜୟ ସ୍ୱାଇଁ
August 10, 2021
in State
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତି କୁ ନେଇ ବିବାଦ
75
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡ଼ା ହୋଇଛି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତି । ହେଲେ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ବିଜେପି ଓ କଂଗ୍ରେସ କର୍ମୀ। ଏହାକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ଅଶାନ୍ତ ହୋଇ ପଡ଼ିଛି ରଘୁନାଥପୁର ବଜାର। ତୁରନ୍ତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜଗତସିଂହପୁର ରଘୁନାଥପୁର ବଜାରରେ ପ୍ରତିଷ୍ଠା କରାଯାଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ପରେ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ କିଛିଦିନ ପରେ ମୂର୍ତ୍ତି ସ୍ଥାନାନ୍ତର ନ କରି ଉଭୟ ପ୍ରତିମୂର୍ତ୍ତି ମଝିରେ ପାଚେରୀ ନିର୍ମାଣ ସହ ଛାତକୁ ମଝିରୁ କାଟି ଅଲଗା କରିଥିଲା ରଘୁନାଥପୁର ପ୍ରଶାସନ । ଏହାକୁ ବିରୋଧ କରି କଂଗ୍ରେସ ଧାରଣା ଜାରି ରଖିଛି । ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସୀର ନଓ୍ୱାଜ କହିଛନ୍ତି, ବିଷ୍ଣୁ ଦାସଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ଆମେ ତାଙ୍କୁ ଅସମ୍ମାନ କରୁ ନାହୁଁ। କିନ୍ତୁ ତାଙ୍କ ପ୍ରତିମୂର୍ତ୍ତି ଯେଉଁଠି ଶୋଭା ପାଇବ ସେଠାରେ ବସାନ୍ତୁ। ସେମାନେ ପ୍ରତିମୂର୍ତ୍ତିକୁ ନିଜ ଦଳର ନେତା ବିଜୁ ପଟ୍ଟନାୟକଙ୍କ ପାଖରେ ରଖନ୍ତୁ। ଗୋପବନ୍ଧୁଙ୍କ ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଶୋଭା ପାଇବନି। ଅପରପକ୍ଷେ, ଜଗତସିଂହପୁର ଜିଲ୍ଳା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି, ବିଷ୍ଣୁ ଦାସଙ୍କ ମୂର୍ତ୍ତି ତାଙ୍କ ଦଳୀୟ ନେତା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ପାଖରେ କରିଥିଲେ ଭଲ ହୋଇଥାନ୍ତା। ଗୋପବନ୍ଧୁଙ୍କ ମୂର୍ତ୍ତି ପାଖରେ କ’ଣ ପାଇଁ। ନିଶ୍ଚୟ ତାହାକୁ ଉଠାଇବାକୁ ପଡ଼ିବ। ବିଷ୍ଣୁ ଦାସଙ୍କ ମୂର୍ତ୍ତି ଉଠାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଯଦି କାହା ଚାପରେ ପଡ଼ି ନ ଉଠାନ୍ତି ଜୋରଦାର ବିରୋଧ କରାଯିବ। ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ । ଧାରଣା ଦିଆଯିବ, ଅନଶନ ହେବ। ଏନେଇ ଜଗତସିଂହପୁର ଜିଲ୍ଳା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାୟିତ୍ୱ ରଘୁନାଥପୁର ବ୍ଲକ ସଂଗଠନ ବୁଝୁଥିଲା । ସେଥିରେ ଆମର କିଛି ଭୂମିକା ନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି। ତେବେ ଏ ସଂପର୍କରେ ଜିଲ୍ଳା ପ୍ରଶାସନର ପ୍ରତିକ୍ରିୟ ମିଳିପାରିନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!