ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ଜୋର୍ ଧରିଲା ଖରସ୍ରୋତା ବଞ୍ଚାଅ ଅଭିଯାନ । ବାଳକାଟି, ଭାରିଗଦା, ବରୁଣାଡିହା ପଞ୍ଚାୟତରେ ଜାରି ହେଲା ୧୪୪ ଧାରା । ୧୦ ଜଣ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିବା ବେଳେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଭିଯାନରେ ଆଳି ଓ ରାଜକନିକା ବ୍ଲକର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି । ସୋମବାର ମଶାଲ ଶୋଭାଯାତ୍ରା କରିଥିଲେ ଆନ୍ଦୋଳନକାରୀ । ରକ୍ତ ପଛେ ଦେବୁ ହେଲେ ପାଣି ଦେବୁ ନାହିଁ ବୋଲି ଅଡି ବସିଛନ୍ତି ଆନ୍ଦୋଳନକାରୀ । ସୋମବାର ବିଳମ୍ବିତ ରାତିରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି ।






