Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୃତୀୟ ଲହର ଭୟଙ୍କର ମୋଡ଼ ନେଉଛି

by ସଞ୍ଜୟ ସ୍ୱାଇଁ
August 10, 2021
in Feature News
ଗୋଟିଏ ପଞ୍ଚାୟତରେ ୧୫୦ ପଜିଟିଭ ଚିହ୍ନଟ
529
VIEWS
Share on FacebookShare on Twitter

ହାଇଦ୍ରାବାଦ,(ବାଘୁଆବାର୍ତ୍ତା): ଜୁଲାଇ ୪ରେ ତୃତୀୟ ଲହର ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଥିବା ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା କୁଳପତି ଏବଂ ବିଖ୍ୟାତ ପଦାର୍ଥବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ କୋଭିଡ୍-୧୯ ସାରା ଦେଶରେ ଏବେ ଏକ ଭୟଙ୍କର ମୋଡ଼ ନେଉଛି। ଦୈନିକ ମୃତ୍ୟୁର ତଥ୍ୟକୁ ନେଇ ଡ. ଶ୍ରୀବାସ୍ତବ ଯେଉଁ କୋଭିଡ୍‌-୧୯ କର୍ଭ ବା ଗ୍ରାଫ୍ ପ୍ରସ୍ତୁତ କରିଛନ୍ତି, ତାହା ଏବେ ଦୁଇ ସପ୍ତାହ ହେଲା ଅଧିକ ଖରାପ ହେବାର ଜଣାଯାଇଛି। ଡିଡିଏଲ୍‌ ପଜିଟିଭ୍ ମୂଲ୍ୟ ଆଡ଼କୁ ଅଧିକ ଘୁଞ୍ଚିଛି, ଯାହା କି ବାଞ୍ଛନୀୟ ନୁହେଁ। ଜୁଲାଇ ୨୪ରୁ ଅଗଷ୍ଟ ୭ ଏହି ୧୫ ଦିନ ଭିତରେ ଏହା ୧୦ଟି ମାମଲାରେ ପଜିଟିଭ୍ ହୋଇଥିଲା ବେଳେ ପରବର୍ତ୍ତୀ ୧୦ ଦିନ ଭିତରେ ୭ ଗୁଣ ଅଧିକ ପଜିଟିଭ୍ ହୋଇଥିଲା। ଏହାର ଅର୍ଥ ହେଉଛି, ସରକାରୀ ତଥ୍ୟ ଯାହା ବି ହେଉ ନାହା କାହିଁକି, ତୃତୀୟ ଲହର ଅଧିକ ଖରାପ ହେବାକୁ ଆରମ୍ଭ କରିଛି। ଡ. ବିପିନ ମଧ୍ୟ ଜନସଂଖ୍ୟାର ଦୁଇତୃତୀୟାଂଶଙ୍କ ଭିତରେ ସେରୋପଜିଟିଭିଟି ଥିବା ସତ୍ତ୍ବେ ଦେଶରେ ଗୋଷ୍ଠୀ ପ୍ରତିରୋଧକତାକୁ ଅସ୍ବୀକାର କରିଛନ୍ତି। ତେବେ ଉଦ୍‌ବେଗର କାରଣ ହେଲା, ଜୁଲାଇ ୪ ପରଠାରୁ ଡିଡିଏଲ୍‌ରେ ବ୍ୟାପକ ପରିବର୍ତ୍ତନ ଘଟିବା। ଦେଖାଯାଇଛି ଯେ, ଯେତେବେଳେ ଦୃଶ୍ୟପଟରେ ପରିବର୍ତ୍ତନ ଘଟେ ବା ମୃତ୍ୟୁସଂଖ୍ୟା କମିବା ଧାରାରୁ ବଢ଼ିବା ଧାରାକୁ ବା ବଢ଼ିବା ଧାରାରୁ କମିବା ଧାରାକୁ ଆସେ, ସେତେବେଳେ ଏଭଳି ଘଟେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୃତ୍ୟୁସଂଖ୍ୟାରେ ପୂର୍ବାପେକ୍ଷା ଅଧିକ ହ୍ରାସବୃଦ୍ଧି ଘଟୁଥିଲେ ମଧ୍ୟ ମାସେ ପରେ ବି ତାହା ସ୍ଥିରାବସ୍ଥାକୁ ଆସୁ ନାହିଁ। ଏହାର କାରଣ ବିଷୟରେ ଡ. ବିପିନ କହିଛନ୍ତି ଯେ, ସରକାରୀ ତଥ୍ୟ ଠିକ୍ ନ ରହିବା ଏହାର ଅନ୍ୟତମ କାରଣ ହୋଇପାରେ। ପ୍ରଥମ ଲହର ପରେ ଯେଉଁ ମୃତ୍ୟୁ ହୋଇଥିଲା, ତାହାର ସରକାରୀ ସଂଖ୍ୟା ବାରମ୍ବାର ସଂଶୋଧନ କରାଯାଇଥିଲା। ସଂଖ୍ୟା ବା ତଥ୍ୟରେ ଏହି ଅନିଶ୍ଚିତତା ଦ୍ବିତୀୟ ଲହରରେ ଅଧିକ ବୃଦ୍ଧି ପାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!