ବନ୍ଧୁଗାଁ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ଗ୍ରାମର ଡାକ୍ତର ବି.ସନ୍ତୋଷ କୁମାରଙ୍କ ଘରେ କେହି ନଥିବାର ଫାଇଦା ଉଠାଇ ଗତ ମାସ ୨୦ ତାରିଖ ରାତିରେ ସୁନା ଅଲଙ୍କାର ସହ ନଗଦ ଟଙ୍କା ଦୁର୍ବୃତ୍ତମାନେ ଚୋର କରିଥିଲେ। ଏ ନେଇ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତିକରି ବନ୍ଧୁଗାଁ ଥାନାରେ କେସ ନଂ୬୬/୨୧ ଅନୁଯାୟୀ ଏକ ମାମଲାରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୋଗର ୧୮ ଦିନ ପରେ ଚୋରିରେ ସମ୍ପୃକ୍ତ ଅଶୋକ ବିଡିକା ଓ ଅଜୟ ବାଘ ଦୁହିଁଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ୧୫ ଗ୍ରାମ ସୁନା, ୩ସହ ଗ୍ରାମ ରୁପା ଓ ୯୦୦ ଟଙ୍କା ଜବତ କରିଥିଲା ।ସେହିପରି ଚୋରି ସୁନା ଜିନିଷ କିଣିବା ଅଭିଯୋଗରେ ଏମ. ଲୋକେଶଙ୍କୁ ପୋଲିସ ଗିରଫ କରିଛି। ଅଶୋକର ଘର ସିଲାବାଡି ଗ୍ରାମ ହୋଇଥିବା ବେଳେ ଅଜୟର ଘର ସିମିଳିଗୁଡା ଖଣ୍ଡିଆ ସାହିରେ।ଅଜୟ ନାରାୟଣପାଟଣା ନିଜ ଶଶୁର ଘରେ କିଛିଦିନ ହେବ ଆସିଛି। ଏଠାରେ ଅଶୋକ ସହ ମିଶି ଚୋରି କରିଥିଲା ବୋଲି ପୋଲିସ କହିଛି। ଦୁହିଁଙ୍କୁ ପଚରାଉଚରା ପରେ ନାରାୟଣପାଟଣାର ଏମ. ଲୋକେସ ନାମକ ଜଣେ ଅଳଙ୍କାର ବ୍ୟବସାୟୀଙ୍କୂ ୧୫ ହଜାର ଟଙ୍କାରେ ସୁନା ବିକ୍ରି କରିଥିଲେ ବୋଲି ସେମାନେ କହିଥିଲେ। ପରେ ଏମ.ଲୋକେସଙ୍କୁ ପୋଲିସ ଗିରଫ କରି ତାଠାରୁ ଆଠ ଗ୍ରାମ ସୁନା ଜବତ କରିଛି। ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ସବ୍ୟସାଚୀ ଶତପଥୀ କହିଛନ୍ତି।






