Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍

by ସଞ୍ଜୟ ସ୍ୱାଇଁ
August 9, 2021
in State
ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍
199
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା ପୂଜା। ପାର୍ବଣ ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍। ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । ଗାଇଡଲାଇନ୍‌ ମୁତାବକ, ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦିରେ ଯେଭଳି ଅଧିକ ଜନସମାଗମ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ପୂଜା ମଣ୍ଡପର ଆୟୋଜକମାନେ ଜିଲ୍ଲାପାଳ କିମ୍ବା କମିଶନରେଟ ପୁଲିସର ଅନୁମତି ନେବା ବାଧ୍ୟତାମୂଳକ। ଘର ଭିତରେ ବା ଇନଡେ଼ାରରେ ହିଁ ପୂଜା ହେବ। କେବଳ ବିଧି ପରମ୍ପରା ରକ୍ଷା ପାଇଁ ପୂଜା ହେବ। ଯେଉଁଥିରେ ସର୍ବସାଧାରଣ ସାମିଲ ହେବେ ନାହିଁ। ମୂର୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରହିବ। ପୂଜା ମଣ୍ଡପରେ କର୍ତା ଓ ପୁରୋହିତଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେ ନାହିଁ। ପୂଜା ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ଗାଇଡ଼ଲାଇନ ମାନିବାକୁ ଆୟୋଜକ ବାଧ୍ୟତାମୂଳକ।ବିସର୍ଜନ ପାଇଁ ଶୋଭାଯାତ୍ରା ହେବ ନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଇଥିବା କୃତ୍ରିମ ଜଳାଶୟରେ ମୂର୍ତି ବିସର୍ଜନ କରାଯିବ। ପୂଜା ମଣ୍ଡପରେ କୌଣସି ପ୍ରକାର ସଙ୍ଗୀତ ବା ମନୋରଂଜନ କାର୍ୟ୍ୟକ୍ରମ କରାଯିବ ନାହିଁ। ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଣେଶ ପୂଜା କରାଯିବ। ପୂଜାରେ କୌଣସି ପ୍ରକାର ଗୋଷ୍ଠୀ ଭୋଜନ ବ୍ୟବସ୍ଥା କରାଯିବ ନାହିଁ। ଯେଉଁମାନେ ଏହି ସବୁ ଗାଇଡ଼ଲାଇନର ଅନୁପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!