Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାକାର ମାନଙ୍କର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ, ଜୀବନ ଜୀବିକା ସୁରକ୍ଷା ଆମକୁ ଫେରାଇ ଦିଅ

by ସଞ୍ଜୟ ସ୍ୱାଇଁ
August 9, 2021
in State
କଳାକାର ମାନଙ୍କର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ, ଜୀବନ ଜୀବିକା ସୁରକ୍ଷା ଆମକୁ ଫେରାଇ ଦିଅ
87
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): “ଆମେ କଳାକାର। ସରକାର ଆମ ମଞ୍ଚ ଆମକୁ ଫେରାଇ ଦିଅ। ଜୀବନ ଜୀବିକା ସୁରକ୍ଷା ଆମକୁ ଫେରାଇ ଦିଅ” ଆଜି ଏପରି ନାରା ଦେଇ କଳାକାରମାନେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଞ୍ଚ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି। ନବନିର୍ମାଣ କୃଷକ ମୋର୍ଚ୍ଚାର ଆହ୍ୱାନ କ୍ରମେ ପୁଣି ଥରେ ଏକାଠି ହୋଇଛନ୍ତି କଳାକାର। ସେପ୍ଟେମ୍ୱର ମାସ ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ ରାଜ୍ୟ ଅନୁମତି ଦେଲେ ସରକାର। ୫୦% ଦର୍ଶକଙ୍କୁ ଦେଇ ମଞ୍ଚରେ ଯାତ୍ରା ପାରିବେଷଣ ହୋଇପାରିବ ବୋଲି କହିଲେ। ସେପଟେ ରାତି ୮ରୁ ସକାଳ ୬ଟା ପର୍ୟ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଇଲେ ସରକାର। ତାହାହେଲେ ଯାତ୍ରା କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି କଳାକାର। ଏଥିରୁ ସରକାରଙ୍କ ଦୋ’ମୁଁହା ନୀତି ପଦାରେ ପଡ଼ିଛି ବୋଲି କଳାକାରମାନେ ଅଭିଯୋଗ କରିଛନ୍ତି। କରୋନା କଳାରେ ଏହି କଳାକାର ଓ କର୍ମଚାରୀଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ଦେବାକୁ ଯାତ୍ରା କଳାକାର ସଂଘ ଦାବି କରିଛି। ପିଛିଲା ୬ ମାସରେ ସର୍ବନିମ୍ନ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କଳାକାରମାନେ ଦାବି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ କରିବାକୁ ଦାବି କରିଛି ନବ ନିର୍ମାଣ କୃଷକ ମୋର୍ଚ୍ଚା। ଜଣେ ଯାତ୍ରା କଳାକାର କହିଛନ୍ତି-“ସରକାର ଯାତ୍ରା କରିବାକୁ ଅନୁମତି ଦେଲେ। ହେଲେ ନାଇଟ୍‌ କର୍ଫ୍ୟୁରେ ଯାତ୍ରା ହେବ କେମିତି? ସେକଥା ଆମକୁ ସରକାର ବୁଝାଇ ଦିଅନ୍ତୁ। ମଞ୍ଚ ଖୋଲିବାକୁ ଅନୁମତି ନମିଳିଲେ ସ୍ଥିତି ଭୟଙ୍କର ହେବ।” ଯାତ୍ରା କଳାକାରମାନେ କେବଳ ଭୁବନେଶ୍ୱରରେ ପ୍ରତିବାଦ କରିନାହାନ୍ତି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପ୍ରତିବାଦ କରିଛନ୍ତି। ରାତିରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି। କରୋନା ପାଇଁ ସମଗ୍ର ଦେଶରେ ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍ଦ ରହିଥିଲା। ଦେଢ଼ ବର୍ଷ ପରେ ବହୁ ଯାତ୍ରା ଖୋଲିବାକୁ ଅନୁମତି ଦେଇଥିଲେ ସରକାର। ଯାତ୍ରା ଆରମ୍ଭ ହେଉ ହେଉ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେଲା। ଯେଉଁଥିପାଇଁ ରାଜ୍ୟ ସରକାର ଆଉଥରେ କଟକଣା ଲଗାଲେ। ବନ୍ଦ ରହିଲା ଯାତ୍ରା। ସେହି ଦିନଠାରୁ କଳାକାରମାନେ ଏକ ପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ମଞ୍ଚ ଖୋଲୁନଥିବାରୁ ନାନା ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି। ଜୀବନ ଜୀବିକା ପାଇଁ କଳାକାରମାନେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଦେଖିବାକୁ ମିଳୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!