Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପର୍ୟ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି କାଞ୍ଜିପାଣିରେ ପ୍ରସ୍ତାବିତ ପ୍ରକୃତି ପର୍ୟ୍ୟଟନସ୍ଥଳୀ

by ସଞ୍ଜୟ ସ୍ୱାଇଁ
August 8, 2021
in State, Toursimi
ପର୍ୟ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି କାଞ୍ଜିପାଣିରେ ପ୍ରସ୍ତାବିତ ପ୍ରକୃତି ପର୍ୟ୍ୟଟନସ୍ଥଳୀ
55
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲାରେ ପର୍ୟ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି କାଞ୍ଜିପାଣିରେ ପ୍ରସ୍ତାବିତ ପ୍ରକୃତି ପର୍ୟ୍ୟଟନସ୍ଥଳୀ ବା ଇକୋ ଟୁରିଜିମ୍‌ । ଖରା, ବର୍ଷା, ଶୀତ ସମସ୍ତ ଋତୁରେ କାଞ୍ଜିପାଣିର ଶୋଭାରାଜି ବେଶ୍‌ ମନ ମୁଗ୍ଧକର ହୋଇଥିବାବେଳେ ନିକଟରେ ମୁଖ୍ୟ ଶାସନ ସଚିବ ଏ ସମ୍ବନ୍ଧିତ ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରିବା ସହିତ କାର୍ୟ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିବା ଜଣାପଡିଛି । ଶୀତ ଦିନରେ କାଞ୍ଜିପାଣିର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇ ତୁଷାରପାତ ଘଟୁଥିବାବେଳେ ବର୍ଷାଦିନେ ରାଶି ରାଶି ପର୍ବତମାଳାର ଶୀର୍ଷଭାଗକୁ ଛୁଇଁଯାଉଥିବା ମେଘମାଳା ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ । ବର୍ଷ ତମାମ୍‌ ବିଭିନ୍ନ ଅଞ୍ଚଳର ଲୋକେ ଏହି ଅଞ୍ଚଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ ଛୁଟି ଆସିଥାଆନ୍ତି । ତେବେ ପର୍ୟ୍ୟଟନ ବିଭାଗ ପକ୍ଷରୁ ଅଦ୍ୟାବଧି ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବାବେଳେ ଏଠାରେ ପ୍ରକୃତି ପର୍ୟ୍ୟଟନସ୍ଥଳୀର ବିକାଶ ନେଇ ତତ୍ପରତା ପ୍ରକାଶ ପାଇଥିବାରୁ ଏହାକୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଶୁକ୍ରବାର ପ୍ରକୃତି ପର୍ୟ୍ୟଟନକୁ ନେଇ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଡିଜିଟାଲ ମାଧ୍ୟମରେ ସମୀକ୍ଷା କରିବା ସମୟରେ ରାଜ୍ୟରେ ନୂଆ କରି ବିକଶିତ କରାଯାଉଥିବା ୫ଟି ପ୍ରକୃତି ପର୍ୟ୍ୟଟନ ପ୍ରକଳ୍ପ ଯଥା ବରଗଡ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ (ପାଇନ)ବଣ, ନୂଆପଡାର ପାତୋରା ଡ୍ୟାମ୍‌, ସୁନ୍ଦରଗଡର ଟେନ୍ସା ଏବଂ କେନ୍ଦୁଝରର କାଞ୍ଜିପାଣି ଆଦିର କାର୍ୟ୍ୟାନ୍ୱୟନ ଓ ପରିଚାଳନା ନେଇ ଗୁରୁତ୍ୱାରୋପ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!