Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ନିଶାସକ୍ତ ଯୁବକ ପୁଲିସ କର୍ମଚାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
ଜଣେ ନିଶାସକ୍ତ ଯୁବକ ପୁଲିସ କର୍ମଚାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ
94
VIEWS
Share on FacebookShare on Twitter

ଭଦ୍ରେଶ୍ୱର, (ବାଘୁଆବାର୍ତ୍ତା): ମାହାଙ୍ଗା ଥାନା ଅଧୀନ ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ନିଶାଖୋରଙ୍କ ଆତଙ୍କ କେତେ ବଢ଼ିବାରେ ଲାଗିଛି ତାର ସଦ୍ୟ ଉଦାହରଣ ଆଜି ଦେଖିବାକୁ ମିଳିଛି ସ୍ଥାନୀୟ କୋଠିଛକ ଅଞ୍ଚଳରେ। ଜଣେ ନିଶାସକ୍ତ ଯୁବକ ପୁଲିସ କର୍ମଚାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଏହା ସମଗ୍ର ଅଞ୍ଚଳ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଖବର ମୁତାବକ, ଡେରାବିଶ ବ୍ଲକ୍‌ ଅଞ୍ଚଳର ଜଣେ ମାତାଲ ଯୁବକ ଆଜି ଭଦ୍ରେଶ୍ବର ଫାଣ୍ଡି ଅନ୍ତର୍ଗତ ହଳଦିଆ କୋଠିଛକ ନିକଟରେ ଛିଡ଼ା ହୋଇ ଗାଳିଗୁଲଜ କରୁଥିଲେ। ଏହି ସମୟରେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ କାର୍ୟ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ସେଇ ବାଟ ଦେଇ ଯାଉଥିବା ଦେଖି ମାତାଲ ଯୁବକଜଣକ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏପରିକି ସେ ତାଙ୍କୁ ଚପଲ ଉଠାଇ ପିଟିବାକୁ ବି ଉଦ୍ୟତ ହୋଇଥିଲେ। ଚପଲ ଉଠାଇ ପିଟିବାକୁ ଉଦ୍ୟତ ହେଉଥିବା ସମୟର କେହି ଜଣେ ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ। ଭିଡିଓଟି ଆଜି ମାହାଙ୍ଗା ଅଞ୍ଚଳରେ ବିଭିନ୍ନ ଲୋକଙ୍କ ମୋବାଇଲରେ ଘୂରି ବୁଲୁଥିବା ଦେଖାଯାଇଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ବି ଲାଗି ରହିଛି। ଏ ସମ୍ପର୍କରେ ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତିଙ୍କୁ ପଚାରିବାରେ, ଭିଡିଓ ସମ୍ପର୍କରେ ସେ ଶୁଣିଥିଲେ ବି ଏହା କେଉଁ କାରଣରୁ ଘଟିଛି ତାହା ଜାଣି ନଥିବା କହିଛନ୍ତି। ତା’ଛଡ଼ା, ଏ ସମ୍ପର୍କରେ କେହି ଅଭିଯୋଗ କରି ନ ଥିବାରୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!