Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାୟାନଗରୀରେ ଏମିତି ଚାଲିଛି ପର୍ଣ୍ଣ କାରବାର

by ସଞ୍ଜୟ ସ୍ୱାଇଁ
August 8, 2021
in Crime, NATIONAL NEWS
ମାୟାନଗରୀରେ ଏମିତି ଚାଲିଛି ପର୍ଣ୍ଣ କାରବାର
224
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ରାଜ କୁନ୍ଦ୍ରା ଗିରଫ ହେବା ପରେ ଏବେ ଅନେକ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି । ଏଥିରେ ଅନେକ ବଡ ବଡ ଲୋକ ସାମିଲ ଅଛନ୍ତି । ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏନବିଟିକୁ ଏନେଇ ବିସ୍ତାର ଭାବେ ଜଣାଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ କରୋନାରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରଭାବିତ ହୋଇଛି ଏବଂ ଡ୍ୟାନ୍ସ ବାର ଓ ଅର୍କେଷ୍ଟ୍ରା ମଧ୍ୟ ପ୍ରଭାବିତ ହୋଇଛି । ଏଥିରେ ଜଡିତ ଥିବା କିଛି ଲୋକମାନେ ପର୍ଣ୍ଣ ଫିଲ୍ମକୁ ଯିବାର ରାସ୍ତା ବାଛିଛନ୍ତି । ପର୍ଣ୍ଣ ଫିଲ୍ମ କେସର ଯାଞ୍ଚରେ ଜଡିତ ଏହି ଅଧିକାରୀଜଣକ କହିଛନ୍ତି କି ଯାଞ୍ଚ ସମୟକେ ଅନେକ ଝିଅଙ୍କୁ ପଚରାଉଚରା କରାଗଲା ଏବଂ ସେମାନଙ୍କ ଉତ୍ତର ଥିଲା ଯେ ବଲିଉଡର ଚକମକ ଦୁନିଆକୁ ଦେଖି ସେମାନେ ମୁମ୍ବାଇ ଆସିଥିଲେ । ଏଠାରେ ଆସି ଅନେକ ଫିଲ୍ମରେ ଅତିରିକ୍ତ କାମ କଲେ । ଏଥିରେ କିଛି ପଇସା ମିଳିଯାଉଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ସୁଟିଂ ରହିଗଲା ଏବଂ ଆର୍ଥିକ ସଙ୍କଟ ଦେଖାଗଲା । ଫିଲ୍ମରେ ଲାଇଟମ୍ୟାନ୍, କ୍ୟାମେରାମ୍ୟାନ୍, କାଷ୍ଟିଂ ଡାଇରେକ୍ଟର ଭଳି ଅନେକ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ । ଏହା ମଧ୍ୟରେ ଓଟିଟି ହିଟ୍ ହେଲା ତେଣୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କିଛି ଲୋକେ ପର୍ଣ୍ଣ ଫିଲ୍ମକୁ ବାଛିଲେ । ପର୍ଣ୍ଣ ଫିଲ୍ମରେ ଜଡିତ କିଛି ଲୋକ କ୍ରାଇମବ୍ରାଞ୍ଚକୁ କହିଲେ ଯେ ସେମାନଙ୍କୁ ଗୋଟିଏ ଫିଲ୍ମ ପାଇଁ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ମିଳିଯାଉଥିଲା । କିଛି ଫିଲ୍ମର ସୁଟିଂ ଗୋଟିଏ ଦିନରେ ୪-୫ ଘଣ୍ଟାରେ ପୂରା ହୋଇଯାଉଥିଲା ଏବଂ କିଛିର ସୁଟିଂ ୨ରୁ ୩ ଦିନ ମଧ୍ୟ ଲାଗୁଥିଲା । ଜଣେ ଝିଅ ଗୋଟିଏ ମାସରେ ଅତିକମରେ ୫ରୁ ୭ଟି ଫିଲ୍ମ କରୁଥିଲା । ମାସକୁ ୩-୪ ଲକ୍ଷ ଟଙ୍କା କମାଉଥିଲା । ମୁମ୍ବାଇ ପୋଲିସର ଜଣେ ଅଧିକାରୀ କୁହନ୍ତି କି ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ନୁହେଁ, ଏମିତି ଅନେକ ରାଜ କୁନ୍ଦ୍ରା ଅଛନ୍ତି । ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଏମିତି ଯୁବତୀଙ୍କୁ ସେମାନେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ପର୍ଣ୍ଣ ଫିଲ୍ମକୁ ନେଇଆସିଛନ୍ତି । ପର୍ଣ୍ଣ ଫିଲ୍ମର ଖିଅ ଲଣ୍ଡନ ଓ ସିଙ୍ଗାପୁର ପର୍ୟ୍ୟନ୍ତ ଲମ୍ବିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!