Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍‌, ୬ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍‌, ୬ ଅଭିଯୁକ୍ତ ଗିରଫ
64
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍‌ । ଗତ କିଛି ମାସ ହେବ ସମ୍ବଲପୁର ସହରରେ ନକଲି ନୋଟ୍‌ ପୁଲିସ୍‌ର ନିଦ ହଜେଇ ଦେଇଥିଲା । ୭ ଦିନ ତଳେ ଟାଉନ୍‌ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍‌ ମିଳିବା ଘଟଣାରେ ପୁଲିସ୍‌ ଖୋଳତାଡ଼ କରୁ କରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌କୁ ଏହି କାରବାରର ବଡ଼ ମୁଣ୍ଡ ମିଳିଯାଇଛନ୍ତି । ଏହି ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍‌ ଜବତ କରିଛି । ଏହି ନୋଟ୍‌ଗୁଡ଼ିକ ମଧ୍ୟରେ ୫ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍‌ ରହିଛି । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ମାମଲା ଏବେ ତଦନ୍ତାଧୀନ ଥିବାରୁ ପୁଲିସ୍‌ ମଧ୍ୟ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହିଁ । ମିଳିଥିବା ସୂଚନା ଅନୁସାରେ, ୭ ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍‌ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଛାନ୍‌ଭିନ୍‌ କରୁ କରୁ ଛତିଶଗଡ଼ରୁ ନକଲି ନୋଟ୍‌ ବରଗଡ଼ ଦେଇ ସମ୍ବଲପୁରକୁ ଆସୁଥିବା ଜଣାପଡ଼ିଥିଲା । ଛତିଶଗଡ଼କୁ ବାଂଲାଦେଶରୁ ନକଲି ନୋଟ୍‌ ଆସୁଥିବା ବେଳେ ଭେଡେନ୍‌ ଦେଇ ବରଗଡ଼କୁ ପଶୁଥିଲା । ତେବେ ବରଗଡ଼ର ଭୁକ୍ତା ଦେଇ ଏହି ନୋଟ୍‌ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା । ସୂଚନା ପାଇ ସମ୍ବଲପୁର ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଦୀର୍ଘ ୬ ଦିନ ପରେ ସମ୍ବଲପୁର ପୁଲିସ୍‌କୁ ଏହି ମିସନରେ ବଡ଼ ଧରଣର ସଫଳତା ମିଳିଛି । ଏହି ଘଟଣାରେ ପୁଲିସ୍‌ ବରଗଡ଼ର ୪ ଜଣ ଓ ଛତିଶଗଡ଼ର ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ, ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୮ ଲକ୍ଷ ଟଙ୍କା ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନକଲି ନୋଟ୍‌ କାରବାର ଏକ ଭିନ୍ନ ରୂପରେ ବଜାରରେ ଚାଲିଛି । ଗୋଟିଏ ଅସଲି ନୋଟ୍‌ ବଦଳରେ ୩ଟି ନକଲି ନୋଟ୍‌ ଦିଆଯାଉଛି । ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ଯୁବଗୋଷ୍ଠୀ ଏହି ରାକେଟ୍‌ରେ ସାମିଲ୍‌ ହେବାରେ ଲାଗିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!