Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ ହୋଇଛି ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ

by ସଞ୍ଜୟ ସ୍ୱାଇଁ
August 8, 2021
in State
ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ ହୋଇଛି ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ
87
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିଲ୍ ହୋଇଛି ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଶଟ୍‌ଡାଉନ୍‌ରେ ମାର୍କେଟ୍ ଖୋଲା ଥିବାରୁ ଏଭଳି କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। କଟକଣା କୋହଳ ହୋଇଥିଲେ ବି କରୋନା ସଂକ୍ରମଣ କମି ନଥିବାରୁ ଭୁବନେଶ୍ୱରରେ ଏବେ ବି ସପ୍ତାହାନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ବନ୍ଦ ରହୁଛି ଦୋକାନ ବଜାର। ତେବେ ଏହି କଟକଣାକୁ ଅମାନ୍ୟ କରି ଆଜି ୪ ନମ୍ବର ମାଛ ମାର୍କେଟ୍‌ରେ କିଛି ଦୋକାନ ଖୋଲାଥିବା ନେଇ ବିଏମ୍‌ସି ପାଖରେ ଖବର ପହଞ୍ଚିଥିଲା। ଏହା ପରେ ବିଏମ୍‌ସିର ଏକ ଟିମ୍ ମାର୍କେଟରେ ରେଡ୍ କରିଥିଲେ। ବିଏମ୍‌ସିର ଅତିରିକ୍ତ କମିଶନରଙ୍କ ସହିତ ଜେଡିସି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଜେଡିସି ଅଂଶୁମାନ ରଥ କହିଛନ୍ତି, ଗତ ସପ୍ତାହରେ ମଧ୍ୟ ଶଟ୍‌ଡାଉନ୍‌ ବେଳେ ଶନିବାର ଓ ରବିବାର ଦିନ ଏଠାରେ କିଛି ଦୋକାନ ଖୋଲା ହୋଇଥିଲା। ସେତେବେଳେ ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ଏବଂ ଏନେଇ ମାର୍କେଟ୍ ଆସୋସିଏସନ୍ ସହିତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଆଉ କେହି ଶଟ୍‌ଡାଉନ୍‌ରେ ଦୋକାନ ଖୋଲିବେ ନାହିଁ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ଆମେ ଖବର ପାଇଲୁ ଯେ ଏଠାରେ ତିନିଟି ଦୋକାନ ଖୋଲିଛି। ତେବେ ଏଠାରେ ପହଞ୍ଚି ଆମେ ଦେଖିଲୁ ଯେ କେବଳ ତିନିଟି ନୁହେଁ ଆହୁରି ଅନେକ ଦୋକାନ ଖୋଲା ରହିଥିଲା ଓ ବ୍ୟବସାୟ ଚାଲିଥିଲା। ସେଥିପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାଛ ମାର୍କେଟକୁ ସିଲ୍ କରି ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଆଜି ତିନୋଟି ଗୋଦାମ ଖୋଲା ରହିଥିଲା। ଏହା ନିଶ୍ଚିତ ଭାବେ ଭୁଲ୍ ଥିଲା। ବିଏମ୍‌ସି ମାର୍କେଟ୍ ଖୋଲିବାକୁ ଅନୁମତି ଦେବା ପରେ ଉକ୍ତ ତିନିଟି ଗୋଦାମର ମହାଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!