Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୀରଜ ଚୋପ୍ରାଙ୍କୁ ମିଳିବ ୬ କୋଟି ଟଙ୍କା ଏବଂ କ୍ଲାସ୍‌-୧ ଚାକିରି

by ସଞ୍ଜୟ ସ୍ୱାଇଁ
August 7, 2021
in NATIONAL NEWS, Sports, State
ନୀରଜ ଚୋପ୍ରାଙ୍କୁ ମିଳିବ ୬ କୋଟି ଟଙ୍କା ଏବଂ କ୍ଲାସ୍‌-୧ ଚାକିରି
110
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଅଲିମ୍ପିକ୍ସରେ ଆରମ୍ଭ ହୋଇଛି ଭାରତର ସ୍ବର୍ଣ୍ଣିମ ଅଧ୍ୟାୟ । ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଜାଭ୍‌ଲିନ ଥ୍ରୋରେ ଗୋଲ୍ଡ ମେଡାଲ ଜିତି ୧୨୧ ବର୍ଷ ପରେ ଏହି ସଫଳତା ପାଇଛନ୍ତି ନୀରଜ ଚୋପ୍ରା । ମୋଟ ୭ ମେଡାଲ ସହ ଟୋକିଓ ଅଲିମ୍ପିକ୍ସ ଯାତ୍ରା ଶେ‌ଷ କରିଛି ଭାରତ । ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଛନ୍ତି ଏବଂ ତାଙ୍କ ବ୍ୟତିତ କୁସ୍ତିରେ ରବି ଦାହିୟା, ଭାରୋତ୍ତଳନରେ ମୀରାବାଈ ଚାନୁ ରୌପ୍ୟ ଜିତିଥିବା ବେଳେ , ହକି ରେ ଭାରତୀୟ ପୁରୁଷ ଟିମ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, କୁସ୍ତିରେ ବଜରଙ୍ଗ ପୁନିଆ ଏବଂ ବକ୍ସିଂରେ ଲବଲୀନା ବୋରଗୋହେନ ବ୍ରୋଞ୍ଜ ପଦକ ଜିତିଛନ୍ତି । ନୀରଜ ଗୋଲ୍ଡ ମେଡାଲ ପାଇବା ପରେ ଏବେ ଶୁଭେଚ୍ଛା ସହ ପୁରସ୍କାରର ସୁଅ ଛୁଟୁଛି । ହରିୟାଣା ସରକାର ୬ ପୁରସ୍କାର ଆକାରରେ ୬ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହା ସହିତ କ୍ଲାସ୍‌-୧ ଚାକିରି ମଧ୍ୟ ପାଇବେ । କେବଳ ସେତିକି ନୁହେଁ, ହରିୟାଣାର ପଞ୍ଚକୁଲାରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ୍ ଫର୍‌ ଆଥ୍‌ଲେଟ୍ସ ଖୋଲାଯିବ ଯେଉଁଠାରେ ମୁଖ୍ୟଭାବେ ରହିବେ ନୀରଜ ଚୋପ୍ରା । ହରିୟାଣାରେ ୫୦ ପ୍ରତିଶତ ଖର୍ଚ୍ଚରେ ତାଙ୍କୁ ଏକ ପ୍ଳଟ୍‌ ମଧ୍ୟ ଦିଆଯିବ । ଏ ନେଇ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ। ଏହା ସହିତ ଅଲିମ୍ପିକରେ ଦେଶ ପାଇଁ ପ୍ରଥମ ଐତିହାସିକ ମେଡାଲ ଜିତିଛନ୍ତି । ତାଙ୍କର ଅବଦାନ ଦେଶର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ । ନୀରଜ ଚୋପ୍ରାଙ୍କୁ ହୃଦୟରୁ ଅଭିନନ୍ଦନ ।’

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!