ଭବାନୀପାଟଣା, (ବାଘୁଆବାର୍ତ୍ତା): ପୋଲିସ ଡିଜି ଅଭୟ କଳାହାଣ୍ଡି ଗସ୍ତ ସମୟରେ ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। । ରାଜ୍ୟରେ ମାଓ ସଂଖ୍ୟା କମିଛି। କଳାହାଣ୍ଡିରେ ମଧ୍ୟ ସ୍ଥିତି ଭଲ ଅଛି।ଏବେ ୩ଜଣ ପ୍ରମୁଖ ମାଓବାଦୀ ନେତା ଆତ୍ମ ସମର୍ପଣ କରିଛନ୍ତି। ଏହା ଭଲ ସଂକେତ ଅନ୍ୟମାନେ ମଧ୍ୟ ଆସନ୍ତୁ ଓଡିଶା ପୁଲିସରେ ସାମିଲ ହୁଅନ୍ତୁ ବୋଲି ଡିଜି ଅଭୟ ମାଓବାଦୀଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ଏଣ୍ଡ ଅପେରସନଲ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସ୍ପି ଡା. ଶ୍ରବଣ ବିବେକ ଏମଙ୍କ ସମେତ ଓଚଝ ଏସ. ସୁଶ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ମାଓ ସମୀକ୍ଷା ତଥା ସମ୍ଭାବ୍ୟ କୋରୋନାର ତୃତୀୟ ଲହରକୁ ନେଇ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।






