Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍‌ ଟିମ୍‌ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ, ୪ ପୁଲିସ୍‌ କର୍ମଚାରୀ ଗୁରୁତର

by ସଞ୍ଜୟ ସ୍ୱାଇଁ
August 7, 2021
in Crime, State
ପୁଲିସ୍‌ ଟିମ୍‌ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ, ୪ ପୁଲିସ୍‌ କର୍ମଚାରୀ ଗୁରୁତର
79
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୁଲିସ୍‌ ଟିମ୍‌ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗ୍ରାମବାସୀ ପୁଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିବା ସହ କଟୁରୀ, ପନିକିରେ ହାଣିଥିଲେ। ଏହି ଆକ୍ରମଣ ଘଟଣାରେ ୪ ପୁଲିସ୍‌ କର୍ମଚାରୀ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗତରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣପଦା ଗାଁରେ ଘଟିଛି। ତୋରଣପଦା ଗାଁରେ ଥିବା ଏକ ଇଟା ଭାଟି ମାଲିକ ଓ ସରପଞ୍ଚଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତ ଗୁରୁବାର ରାତିରେ ସରପଞ୍ଚଙ୍କ ସମ୍ପର୍କୀୟ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ଗତକାଲି ଇଟାଭାଟି ମାଲିକଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଗତ ରାତିରେ ସାବରଙ୍ଗ ଥାନାର ଜଣେ ମହିଳା କନଷ୍ଟେବଳଙ୍କ ସମେତ ୪ କନଷ୍ଟେବଳ ତୋରଣପଦା ଗାଁକୁ ଯାଇଥିଲେ। ମାତ୍ର ସେଠାରେ ଅତର୍କିତ ଭାବେ ଗ୍ରାମବାସୀ ସେମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଠେଙ୍ଗାରେ ନିର୍ଧୂମ ପିଟିଥିବା ବେଳେ କଟୁରୀ, ପନିକିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏସବୁ ଘଟଣା ସିସିଟିଭିରେ କଏଦ ହୋଇଛି। ଗୁରୁତର ଅବସ୍ଥାରେ ପୁଲିସ୍‌ କର୍ମଚାରୀମାନେ ଦୌଡ଼ି ଦୌଡ଼ି ଗାଁ ବାହାରକୁ ଆସି ଜୀବନ ରକ୍ଷା କରିଥିଲେ। ଏହାପରେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହି ଘଟଣା ପରେ ତୋରଣପଦା ଗାଁରେ ବ୍ୟାପକ ପୁଲିସ୍‌ ମୁତୟନ ହୋଇଥିବା ବେଳେ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି। ସମଗ୍ର ଅଞ୍ଚଳରେ ଉତ୍ତେଜନାର ବାତାବରଣ ଖେଳିଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!