Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ରରେ ଧୀରେ ଧୀରେ ଲୀନ ହେବାକୁ ବସିଛି

by ସଞ୍ଜୟ ସ୍ୱାଇଁ
August 7, 2021
in State, Toursimi
ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ରରେ ଧୀରେ ଧୀରେ ଲୀନ ହେବାକୁ ବସିଛି
92
VIEWS
Share on FacebookShare on Twitter

ପଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ସାତଭାୟାର ୭ଟି ଗାଁକୁ ସମୁଦ୍ର ଭର୍ଗରେ ଲୀନ ହୋଇସାରିଲାଣି। ଏବେ ଶେଷ ସନ୍ତକ ସାତଭାୟାର ଆରାଧ୍ୟ ଦେବୀ ମାଆ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ରରେ ଧୀରେ ଧୀରେ ଲୀନ ହେବାକୁ ବସିଛି। ସମୁଦ୍ର ଜନବସତି ଆଡ଼କୁ ମୁହାଁଉଥିବାରୁ ପାଣିରେ ମିଶିବାକୁ ଯାଉଛି ସାତଭାୟା ସ୍ମୃତି ବହନ କରୁଥିବା ମାଆ ପଞ୍ଚୁବରାହୀଙ୍କ ମନ୍ଦିର। ସମୁଦ୍ରରେ ମନ୍ଦିର ଲୀନ ହେବା ପରେ ଆଗାମୀ ପିଢ଼ି ପାଇଁ ସତାଭାୟା ଇତିହାସ ପାଲଟିବାକୁ ଯାଉଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ ସାତଭାୟା ଗାଁ। ସାତଭୟା, କାନପୁର, ଗୋବିନ୍ଦପୁର, ମୋହନପୁର, ପରମାନନ୍ଦପୁର, ବାଲିଅଡା ଓ ବିଜୟନଗର ଆଦି ୭ଟି ଗାଁ ନେଇ ଗଠିତ ସାତଭାୟା ଅଞ୍ଚଳ। ଏହି ଗାଁ ଗୁଡିକ ସମୟ କ୍ରମେ ସମୁଦ୍ର ଭିତରେ ଲୀନ ହୋଇଯାଇଛି। ଗାଁ ଗୁଡ଼ିକ ସମୁଦ୍ରରେ ଲୀନ ହେବା ପରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଲୋକମାନେ ନିଜ ଭିଟା ମାଟି ଛାଡି କିଏ କେଉଁଠି ଆଶ୍ରୟ ନେଇଛନ୍ତି। ଆଉ କିଛି ରହିବାକୁ ଜାଗା ନପାଇଁ ନିରାଶ୍ରୟଙ୍କ ପରି ଚାରିଆଡ଼େ ଘୂରି ବୁଲୁଛନ୍ତି। ସମୁଦ୍ର ଗର୍ଭରେ ଲୀନ ହୋଇଥିବା ଗାଁ ଲୋକଙ୍କ ଭିତରୁ ୫୭୧ଟି ପରିବାରକୁ ୨୦୧୮ ମସିହାରେ ସରକାର ଗୁପ୍ତିର ବଗପାଟିଆଠାରେ ଥଇଥାନ କରାଯାଇଥିଲା। ସାତଭାୟା ଗ୍ରାମବାସୀଙ୍କ ଦାବି ଅନୁସାରେ ମା’ ପଞ୍ଚୁବରାହୀ ବିଗ୍ରହକୁ ସ୍ଥାନାନ୍ତରିତ କରିଥିଲେ ସରକାର। ତେବେ ଶେଷରେ ସାତଭାୟାର ସାତଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବା ପରେ ସାତଭାୟାର ମାଆ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ପଶିବାକୁ ବସିଲାଣି। ଦିନଥିଲା ବଙ୍ଗୋପସାଗର ସାଗରର ତଟବର୍ତ୍ତୀ ଏହି ସାତଭାୟା ଗାଁର ବାଲି ପାହାଡ଼ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପ୍ରତିଦିନ ଶହ ଶହ ପର୍ୟ୍ୟଟକଙ୍କ ସମାଗମ ସାତଭାୟାରେ ହେଉଥିଲା। ପର୍ୟ୍ୟଟକମାନେ ପ୍ରାକୃତିକୁ ଉପଭୋଗ କରିବା ସହିତ ମାଆ ପଞ୍ଚୁବରାହୀଙ୍କ ଆଶୀର୍ବାଦ ନେଉଥିଲେ। ତେବେ ଆଜି ସାତଭାୟାର ଶେଷ ସନ୍ତକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିବାକୁ ବସିଲାଣି। ଆଗାମୀ ଦିନରେ ଏହା ଇତିହାସ ପାଲଟିବାକୁ ଯାଉଛି। ଅନ୍ୟପଟେ ପରିବେଶ ସନ୍ତୁଳନ ରକ୍ଷା ନକରିବାରୁ ବାୟୁ ମଣ୍ଡଳରେ ତାପମାତ୍ର ବୃଦ୍ଧି ଯୋଗୁ ଗତ କିଛି ବର୍ଷ ହେବ ସମୁଦ୍ର ଅଶାନ୍ତ ହେବାରୁ ଉପକୁଳା ମୁହାଉଛି ସମୁଦ୍ର। ତେବେ ସରକାର ୫୭୧ଟି ପରିବାରକୁ ଥଇଥାନ କରିଛନ୍ତି ସତ, ହେଲେ ଏବେ ମଧ୍ୟ କେତେକ ପରିବାର ସମୁଦ୍ର କୂଳରେ ପଡ଼ି ରହିଛନ୍ତି। ତେବେ ସରକାର ଏହି ପରିବାରଙ୍କୁ ଥଇଥାନ କରିବା ସହିତ କିଭଳି ସେମାନଙ୍କ ଜୀବନ ସୁରକ୍ଷିତ ହୋଇ ପାରିବ ସେ ନେଇ ସରକାର ତତ୍ପରତା ଦେଖାଇବା ଆବଶ୍ୟକ ରହିଛି ସାଧାରଣରେ ମତ ପ୍ରକାଶ ପାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!