ବୋରିଗୁମ୍ମା, (ବାଘୁଆବାର୍ତ୍ତା): ଅଜଣା ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଯୁବକ ଜଣକ ସେମଳା ଗୁଡ଼ା ଗ୍ରାମର ହରିଜନ ସାହିର କୁସ ମହୁରିୟା। ଗୁରୁତର ବ୍ୟକ୍ତିଙ୍କୁ କୋରପୁଟ ଜିଲା ମେଡିକାଲ କଲେଜରେ ଭର୍ତି କରାଯାଇଛି। ଗୁରୁତର ବ୍ୟକ୍ତି ଜଣକ ସେମଳା ଗୁଡା ଗ୍ରାମର ଦଶରଥ ହରଜନ ବୋଲି ଜଣାପଡିଛି। ଘଟଣାଟି ଗତ କାଲି ରାତି ୮ଟା ସମୟରେ ଘଟିଛି। ବିସିଂହପୁର ଥାନା ଅନ୍ତର୍ଗତ ସେମଲା ଗୁଡା – ମୁଣ୍ଡାଗୁଡା ରାସ୍ତାରେ ଏମାନେ ଚାଲି ଚାଲି ନିଜ ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇ ବୋରିଗୁମ୍ମା ଆଡେ ଚିଲିଯାଇଥିଲା। ଗାଡିକୁ ଧରିଲେ ହିଁ ଶବ ଉଠିବ ବୋଲି ଦାବିରେ ରହିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ଗତ କାଲି ସନ୍ଧ୍ୟା ସମୟରୁ ବର୍ତ୍ତମାନ ପର୍ୟ୍ୟନ୍ତ ମୃତଦେହ ପଡ଼ିରହିଛି। ବିସିଂହହପୁର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।





