ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିର – ସମ୍ବଲପୁର ଜାତୀୟ ରାଜପଥରୁ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏକ ଟ୍ରକ ସହ ଦୁଇଜଣ ବିହାରୀ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି । ଗଞ୍ଜେଇର ପରିମାଣ ପ୍ରାୟ ୩ କୁଇଣ୍ଟାଲରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ନାର୍କୋଟିକ୍ସି କଣ୍ଟୋଲ ବ୍ୟୁରୋ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଭୁବନେଶ୍ୱରରୁ ପିଛା କରି ବଲାଙ୍ଗିରରେ ଧରିଥିବା ଜଣାପଡିଛି ।





