ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ମାଲିକଙ୍କଠୁ ଭଡ଼ାରେ କାର ନେଲେ । ମାସକୁ ମାସ ଟଙ୍କା ଦେଇଦେବେ ବୋଲି ଚୁକ୍ତି କଲେ । ହେଲେ କାରକୁ ଅନ୍ୟକୁ ବିକ୍ରି କରି ଦେଲେ । ମାଲିକଙ୍କ ଅଭିଯୋଗ ପରେ ବର୍ଷେ ପରେ ଠକ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ପ୍ରଣୟ ସ୍ୱାଇଁ(୨୬) । ଡମଣା ଅରବିନ୍ଦ ନଗରରେ ରହୁଥିଲେ । ଦୁଇ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଅରବିନ୍ଦ ବେହେରାଙ୍କଠୁ ଭଡାରେ କାର ଆଣିଥିଲେ ପ୍ରଣୟ । ତେଲ ଓ ଡ୍ରାଇଭରଙ୍କୁ ଛାଡି ମାସକୁ ୨୬ ହଜାର ଦେବେ ବୋଲି ଫାଇନାଲ ହେଲା । କିଛି ମାସ ଠିକ୍ ଠାକ୍ ଭଡା ଦେଲେ । ହେଲେ ଆଉ ଧରା ଛୁଆଁ ଦେଲେନି । କ୍ଷତି ହେଉଥିବା କହି ଦିନ ଗଡାଇ ଚାଲିଲେ । ପରେ କାରକୁ ଅଳ୍ପ ମୂଲରେ ବିକ୍ରି କରିଦେଲେ ପ୍ରଣୟ । ଏ ବିଷୟରେ ଜାଣିବା ପରେ ଗାଡି ମାଲିକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ପ୍ରଣୟ ଫେରାର ଥିବାରୁ ପୁଲିସ ଖୋଜା ଖୋଜି କରୁଥିଲା । ଶୁକ୍ରାବାର ତାଙ୍କୁ ଗିରଫ ପରେ କୋର୍ଟଚାଲଣ କରିଛି ପୋଲିସ ।





