Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମିତାଭ ବଚ୍ଚନଙ୍କ ଘର, ମୁମ୍ବାଇର ୩ ରେଳ ଷ୍ଟେସନରେ ବୋମା

by ସଞ୍ଜୟ ସ୍ୱାଇଁ
August 7, 2021
in Feature News
ଅମିତାଭ ବଚ୍ଚନଙ୍କ ଘର, ମୁମ୍ବାଇର ୩ ରେଳ ଷ୍ଟେସନରେ ବୋମା
381
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ଶୁକ୍ରବାର ରାତିରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚନଙ୍କ ବାସଭବନ ଓ ମୁମ୍ବାଇର ୩ଟି ରେଳ ଷ୍ଟେସନରେ ବୋମା ରଖାଯାଇଥିବା ଜଣେ ଅଜଣା ବ୍ୟକ୍ତି ଫୋନ କରି ସୂଚନା ଦେବା ପରେ ଆତଙ୍କ ଖେଳିଯାଇଥିଲା । ଏହି ଫୋନ କଲ୍ ମିଳିବା ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବୋମା ସ୍କ୍ବାର୍ଡ ଦ୍ବାରା ଯାଞ୍ଚ କରାଯାଇଥିଲା । କିନ୍ତୁ ବୋମା ଥିବା ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ସହରର ୪ଟି ସ୍ଥାନରେ ବିସ୍ଫୋରକ ରଖାଯାଇଥିବା କହିଥିଲା । ଏସବୁ ସ୍ଥାନଗୁଡ଼ିକ ହେଉଛି ଛତ୍ରପତି ଶିବାଜୀ ଟର୍ମିନସ୍, ଦାଦର ଓ ବାଇକୁଲା ରେଳଷ୍ଟେସନ ଓ ଜୁହୁସ୍ଥିତ ଅମିତାଭ ବଚ୍ଚନଙ୍କ ଘର । ଏହା ପରେ ରେଳବାଇ ପୁଲିସ ସକ୍ରିୟ ହୋଇଥିଲା । ସଂପୃକ୍ତ ସ୍ଥାନଗୁଡ଼ିକୁ ସିଲ୍ କରାଯିବା ସହ ବୋମା ସ୍କ୍ବାର୍ଡ ଦ୍ବାରା ଯାଞ୍ଚ କରାଯାଇଥିଲା । ତେବେ କୌଣସି ବିସ୍ଫୋରକ ମିଳିନଥିଲା । ଫଳରେ ବୋମା ଥିବା ଖବର ମିଥ୍ୟା ପ୍ରମାଣିତ ହୋଇଥିଲା । ଏହା ସତ୍ତ୍ବେ ସଂପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!