ଭୁବନେଶ୍ଵର, (ବାଘୁଆବାର୍ତ୍ତା): ବଦଳିଲା ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନାମ। ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେଲା ଖେଳରତ୍ନ ପୁରସ୍କାର ନାମ। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୋଦି ଟ୍ଵିଟ୍ କରି କହିଛନ୍ତି ଯେ, ଖେଳରତ୍ନ ପୁରସ୍କାରକୁ ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଖେଳରତ୍ନ ପୁରସ୍କାର ନାମ ପରିବର୍ତ୍ତନ କରାଯାଇଛି ବୋଲି ମୋଦି କହିଛନ୍ତି।






