Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’ ଉଚ୍ଛେଦ

by ସଞ୍ଜୟ ସ୍ୱାଇଁ
August 6, 2021
in Feature News
କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’ ଉଚ୍ଛେଦ
331
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ‌ଭାରତବର୍ଷର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୦୨୧-୨୨ ଶିକ୍ଷାବର୍ଷଠାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ‘ଇଚ୍ଛାଧୀନ କୋଟା’କୁ କେନ୍ଦ୍ର ସରକାର ଉଠାଇଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀମାନଙ୍କ ସୁପାରିସ କରିବା କ୍ଷମତାକୁ ମଧ୍ୟ ରଦ୍ଦ କରାଯାଇଛି। ଉଭୟ ଗୃହର ସାଂସଦମାନେ ପ୍ରତ୍ୟେକ ଶିକ୍ଷାବର୍ଷରେ ପ୍ରଥମରୁ ୧୨ଶ ‌ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାମାନଙ୍କ ନାମଲେଖା ପାଇଁ ସୁପାରିସ କରିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିଥାନ୍ତି। ୨୦୨୦-୨୧ ପର୍ଯ୍ୟନ୍ତ ଚାଲିଆସିଥିବା ନିୟମ ଅନୁସାରେ ଯେଉଁ ପିଲାମାନଙ୍କ ବାପା ବା ମାଆ କେନ୍ଦ୍ର ସରକାରୀ କର୍ମଚାରୀ ନୁହନ୍ତି, ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବା ସାଂସଦମାନଙ୍କ ସୁପାରିସ ବଳରେ ନାମ ଲେଖାଇ ପାରୁଥିଲେ। ମନ୍ତ୍ରୀ ଓ ସାଂସଦମାନେ ସୁପାରିସ କରୁଥିବା ଅଧିକାଂଶ ପିଲା ଗରିବ ଓ ଅର୍ଥନୈତିକ ପଛୁଆ ବର୍ଗର। ବର୍ତ୍ତମାନ କେନ୍ଦ୍ର ସରକାର କେବଳ ଏମ୍‌ପି କୋଟା ଛଡ଼ା ଆଉ ସବୁ କୋଟା ଉଠାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଜଣେ ସାଂସଦ ଭାବରେ ହିଁ ସୁପାରିସ କରିପାରିବେ। ପ୍ରତ୍ୟେକ ଲୋକସଭା ବା ରାଜ୍ୟସଭା ସାଂସଦ ଗୋଟିଏ ଶିକ୍ଷାବର୍ଷରେ ସର୍ବାଧିକ ୧୦ ଜଣଙ୍କ ପାଇଁ ସୁପାରିସ କରିପାରିବେ। ଆଗରୁ ‘ଇଚ୍ଛାଧୀନ କୋଟା’ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ୪୫୦ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୁପାରିସ କରିପାରୁଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!