ନବରଙ୍ଗପୁର, (ବାଘୁଆବାର୍ତ୍ତା): ସରାଗୁଡା ନଦୀରୁ ବେଆଇନ ବାଲି ଚରାଚାଲାଣ ବେଳେ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ଠାରୁ ଫାଇନ ଆଦାୟ । ପରେ ଗାଡି ନମ୍ବର ନଥିବା ଟ୍ରାକ୍ଟର ମାଳିକ ଡାବୁଗାଁ ର ବଳି ଜଣା ପଡିଥିଲା। ଡାବୁଗାଁ ତହସିଲ ଅଧିନସ୍ତ ରାଜସ୍ୱବିଭାଗ ତରଫରୁ ବେଆଇନ ଉତ୍ତୋଳନ ଏବଂ ପରିବହନ ପାଇଁ ଗୁପ୍ତ ବିଷୟୀ ଙ୍କ ଠାରୁ ୫୦୦୦ ଟଙ୍କା ସଂଗ୍ରହ କରାଯାଇଛି । ସେଇଭଳି ମୈଦଲପୁର ଅଞ୍ଚଳରୁ ଆସି ବାଲି ଚରାଚାଲାଣ କରୁଥିବା ବେଳେ ଅନ୍ୟ ଏକ ଟ୍ରାକ୍ଟର ପାଖରୁ ୧୦ ହଜାର ଟଙ୍କା ଆଦାୟ ହେଇଥିବା ସୂଚନା ଦେଇଛନ୍ତି ଡାବୁଗାଁ ରାଜସ୍ୱ ବିଭାଗର ଆର.ଆଇ. ସୁବ୍ରତ ମିସ୍ତ୍ରୀ । ଡାବୁଗାଁ ବ୍ଲକରେ ଅଧିକାଂଶ ସ୍ଥାନରେ ବାଲି ଚରାଚାଲାଣ ହେଉଛି ଏଠି ପ୍ରତି ସ୍ଥାନୀୟ ପ୍ରଶାସନ ବିଶେଷ ଦୃଷ୍ଟି ଦେବାପାଇଁ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶାସନ କୁ ନିବେଦନ କରିଛନ୍ତି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର





