Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ପୁରୁଷ ହକି ଟିମ୍ ର କୋଚ ଓ କ୍ୟାପଟେନଙ୍କ ପାଖକୁ ହଠାତ୍ ଆସିଲା ପିଏମଙ୍କ ଫୋନ୍

by ସଞ୍ଜୟ ସ୍ୱାଇଁ
August 5, 2021
in NATIONAL NEWS, Sports
ଭାରତୀୟ ପୁରୁଷ ହକି ଟିମ୍ ର କୋଚ ଓ କ୍ୟାପଟେନଙ୍କ ପାଖକୁ ହଠାତ୍ ଆସିଲା ପିଏମଙ୍କ ଫୋନ୍
78
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ପୃଷ୍ଠାରେ ପୁଣି ନିଜକୁ ସାମିଲ କରିଛି। ଏହି ଐତିହାସିକ ମୁହୂର୍ତ୍ତର ମୁକସାଖୀ ହୋଇଛନ୍ତି ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟବାସୀ। ଭାରତ ପାଇଁ ବ୍ରୋଞ୍ଜ ପଦକର ମୂଲ୍ୟ କ’ଣ, ତାହା ଦେଶର ପ୍ରତିଟି ନାଗରିକ ଜାଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଆରା ଢଙ୍ଗରେ ଭାରତୀୟ ପୁରୁଷ ହକିକୁ ବଧେଇ ଜଣାଇଛନ୍ତି। ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଛନ୍ତି। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି। ସାଇ ମିଡିଆର ତା’ର ଅଫିସିଆଲ୍ ଟ୍ୱିଟର୍ ପେଜରେ ଏହି ଭିଡିଓ ଶେଆର୍ କରିଛି। ଯେଉଁଥିରେ ଲେଖାଯାଇଛି ଯେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ୍ ଓ କୋଚ୍‌ଙ୍କ ନିକଟରୁ ଏକ ସରପ୍ରାଇଜ୍ ଫୋନ୍ କଲ ଆସିଥିଲା। ଏହି ଫୋନ୍ ଆଉ କେହି ନୁହଁନ୍ତି ବରଂ ପିଏମ୍ ମୋଦି କରିଥିଲେ। ପ୍ରାୟ ୨ ମିନିଟ୍ ୧୫ ସେକେଣ୍ଡ ଧରି ପିଏମ୍ ମୋଦି ଭାରତୀୟ କ୍ୟାପଟେନ୍ ଓ କୋଚଙ୍କ ସହ କଥା ହୋଇଥିଲେ। ପିଏମ୍ ମୋଦି ପ୍ରଥମେ ମନପ୍ରୀତଙ୍କ ସହ କଥା ହୋଇଥିଲେ ଏବଂ ଏହା ପରେ ଟିମର ଅନ୍ୟ ଜଣେ ସଦସ୍ୟଙ୍କ ସହ କଥା ହୋଇଥିଲେ। ଶେଷରେ ପିଏମ୍ କୋଚଙ୍କ ସହ ମଧ୍ୟ କଥା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ବ୍ରୋଞ୍ଜ ପଦକ ମ୍ୟାଚ୍ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜର୍ମାନୀ ଟିମ୍ ଶେଷ ସେକେଣ୍ଡ ପର୍ୟ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଏବଂ ଭାରତକୁ ବରାବର ଟକ୍କର ଦେଇଥିଲେ। କିନ୍ତୁ ଭାରତ ତା’ର ଅଗ୍ରଣୀକୁ ବଜାୟ ରଖି ମୁକାବିଲାକୁ ଜିତି ନେଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!