Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନସୁଖ ହିରେନଙ୍କୁ ହତ୍ୟା କରିବାକୁ ଦିଆଯାଇଥିଲା ୪୫ ଲକ୍ଷ

by ସଞ୍ଜୟ ସ୍ୱାଇଁ
August 4, 2021
in Crime, NATIONAL NEWS
ମନସୁଖ ହିରେନଙ୍କୁ ହତ୍ୟା କରିବାକୁ ଦିଆଯାଇଥିଲା ୪୫ ଲକ୍ଷ
214
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଣ୍ଟେଲିଆ ମାମଲାର ତଦନ୍ତ କରୁଥିବା ଏନଆଇଏ ଏକ ବଡ଼ ଖୁଲାସା କରିଛି। ମଙ୍ଗଳବାର ଏନଆଇଏ ସ୍ୱତନ୍ତ୍ର କୋର୍ଟକୁ କହିଛି ଯେ ଥାନେର ବ୍ୟବସାୟୀ ମନସୁଖ ହିରେନଙ୍କୁ ହତ୍ୟା କରିବା ପାଇଁ ୪୫ ଲକ୍ଷ ଟଙ୍କା ଦିଆଯାଇଛି। କିଏ ଏହି ଟଙ୍କା ଦେଇଛି ତାର ଉତ୍ତର ଜାଣିବା ଆବଶ୍ୟକ। ତେଣୁ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟକୁ ଅଧିକ ୩୦ ଦିନ ସମୟ ମାଗିଛି ଏନଆଇଏ। ଏନଆଇଏକୁ ଜୁନ୍ ୯ରେ ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ କହିଥିଲେ। ଇତି ମଧ୍ୟରେ ଏହି ମାମଲାରେ ଅନେକ ଗୁମର ସାମ୍ନାକୁ ଆସୁଥିବାରୁ ତଦନ୍ତକାରୀ ସଂସ୍ଥା କୋର୍ଟ ପାଖରୁ ଅଧିକ ସମୟ ଲୋଡିଛନ୍ତି। କୋର୍ଟରେ ଏନଆଇଏ କହିଛି ଯେ ୧୫୦ ସାକ୍ଷୀଙ୍କ ବୟାନ ଏଯାବତ ରେକର୍ଡ କରାଯାଇଛି। ଗୋଟିଏ ଟିମ୍ ଦିଲ୍ଲୀ ଯାଇ କିଛି ବୟାନ୍ ରେକର୍ଡ କରିଛି। ଏହି ମାମଲାରେ ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା ଏବଂ ସଚିନ ବାଜେଙ୍କୁ ଗିରଫ କରାଯାଇଛି। ନିକଟରେ ସଚିନ ବାଜେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ। ଫେବୃଆରୀ ୨୫ରେ ମୁମ୍ୱାଇ ସ୍ଥିତ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ଦେଖିବାକୁ ମିଳିଥିଲା। ପ୍ରଥମେ ଏହି କାର ଚୋରି ହୋଇଥିବା ଜଣାପଡ଼ିଥିଲା ପରେ ଏହା ମନସୁଖ ହିରେନଙ୍କର ବୋଲି ଜଣାପଡ଼ିଥିଲା। ପରେ ମାର୍ଚ୍ଚ ୫ରେ ମନସୁଖ ହିରେନଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଏନଆଇଏ ମାମଲାର ତଦନ୍ତ କରିବା ପରେ ପୁଲିସ ଅଧିକାରୀ ସଚିନ ବାଜେ ମନସୁଖ ହିରେନ ମୃତ୍ୟୁ ପଛର ଖଳନାୟକ ବୋଲି ଜଣାପଡ଼ିଥିଲା। ଏହାପରେ ଏନଆଇଏ ସଚିନ ବାଜେଙ୍କ ହାତରେ ହତକଡି ପକାଇଥିଲା। ଆଉ ତଦନ୍ତ ପ୍ରକ୍ରିୟା ବଢିବା ପରେ ଏହି ହତ୍ୟା ମାମଲାରେ ପୂର୍ବତନ ପୁଲିସ କମିଶନର ପ୍ରଦୀପ ଶର୍ମା ବି ଗିରଫ ହୋଇଛନ୍ତି। ମୋଟ୍ ଉପରେ ଆଣ୍ଟେଲିଆ ପାଖରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ଏବଂ ମନସୁଖ ହିରେନ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ଏବଂ କ୍ରିକେଟ୍ ବୁକି ସମେତ ତିନିଜଣ ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ପୁଲିସ ଚାକିରିରୁ ବରଖାସ୍ତ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!