Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଳଦ ବିକ୍ରି କରିବାକୁ ଯାଇ ଫେରିନଥିଲେ ଘରକୁ

by ସଞ୍ଜୟ ସ୍ୱାଇଁ
August 4, 2021
in Crime, State
ବଳଦ ବିକ୍ରି କରିବାକୁ ଯାଇ ଫେରିନଥିଲେ ଘରକୁ
46
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରେ ନିଖୋଜ ଦୁଇ ଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମ.ରାମପୁର ପୋଲିସ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ତାଳକୁନା ଗ୍ରାମର ବିଶ୍ବାମିତ୍ର ସୁନା ଓ କମଳ ବାଗ ଗତ ସୋମବାର ଦିନ ବାଲିପଡ଼ା ବଜାରକୁ ବଳଦ ବିକ୍ରି କରିବାକୁ ଯାଇଥିଲେ । କିନ୍ତୁ ବଳଦ ବିକ୍ରି କରିବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ । ସନ୍ଧ୍ୟା ୬ଟା ସମୟ ବେଳେ ଫୋନରେ ଯୋଗାଯୋଗ ହେଇଥିଲେ ହେଁ ତାପରେ ଆଉ ତାହା ସମ୍ଭବ ହୋଇନଥିଲା । ଉଭୟଙ୍କ ପରିବାର ବର୍ଗ ସୋମବାର ଏବଂ ମଙ୍ଗଳବାର ବହୁତ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ନିଜର ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ଯୋଗାଯୋଗ କରି ନିରାଶ ହେଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କିଛି ଲୋକ ଜଙ୍ଗଲରେ ଦୁଇଟି ମୃତଦେହ ଓ ବାଇକ ପଡ଼ିଥିବା ଦେଖି ମ.ରାମପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ମୃତଦେହ ଓ ବାଇକ୍ ଜବତ କରି ମ.ରାମପୁର ଡ଼ାକ୍ତରଖାନାକୁ ଶବ ଆଣିଥିଲା । ତେବେ ବାଇକଟି ଗଛରେ ପିଟି ହେବା ଫଳରେ ଉଭୟଙ୍କ ମୃତ୍ୟୁ ହେଇଥିବା କୁହାଯାଉଛି ଏବଂ ସୋମବାର ରାତିରେ ହିଁ ଏହି ଦୁର୍ଘଟଣା ପୁଣି ଜଙ୍ଗଲ ରାସ୍ତାରେ ହୋଇଥିବାରୁ କେହି ଖବର ପାଇନଥିଲେ । ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!