ଓଡ଼ଗାଁ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡ଼ା ଆର.ଆଇ ସର୍କଲ ଅନ୍ତର୍ଗତ ପଙ୍କାଳବାଡ଼ି ଜଙ୍ଗଲ ଭିତରେ ଦୀର୍ଘଦିନ ଧରି ଜଙ୍ଗଲ ରାଜ କରୁଥିଲେ ଖୋର୍ଦ୍ଧା ଅଞ୍ଚଳର ପ୍ରଫୁଲ ନାୟକ । ବେଆଇନ କ୍ରସର ନିର୍ମାଣ କରି ନିକଟସ୍ଥ ଭାଲୁ ମୁଣ୍ଡିଆ ପାହାଡ଼ରୁ ଚୋରା ଭାବରେ ପଥର କାଟି କରୁଥିଲା ବ୍ୟବସାୟ । ଆଜି ନୟାଗଡ଼ ପ୍ରଶାସନ ପକ୍ଷରୁ ବନ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ ବେଆଇନ କ୍ରସରକୁ ଭଙ୍ଗା ଯାଇଛି । ନୟାଗଡ଼ ଡି.ଏଫ.ଓ ଧନରାଜ ଏଚ.ଡି, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଓଡଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ସରଣକୁଳ ରେଞ୍ଜ ଅଫିସର ଅର୍ଚ୍ଚନା ଗମାଙ୍ଗୋ ପ୍ରମୁଖ ଉପସ୍ଥିତ ରହି ଉକ୍ତ ବେଆଇନ କ୍ରସରକୁ ମାଟିରେ ମିଶାଇଛନ୍ତି । ଦିର୍ଘଦିନ ଧରି ଜଙ୍ଗଲ ରାଜ କରୁଥିବା ପ୍ରଫୁଲ ଫେରାର ହୋଇଛି । ଏହି ଚଢ଼ଉରେ କୋମଣ୍ଡର ଆର.ଆଇ ସୁଧୀର କୁମାର ପରିଡ଼ା, ଗୋଡ଼ିପଡ଼ା ଆର.ଆଇ ଅମୁଲ୍ୟ କୁମାର ସାହୁ ଓ ସରଣକୁଳ ପୁଲିସ ଉପସ୍ଥିତ ରହି ଚଢ଼ଉ କାର୍ଯ୍ୟ ଜାରି ରଖିଥିଲେ ।





