ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲା ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ୟୁରିଆ କଳାବଜାର କୁ ନେଇ ଆକ୍ସନ ମୁଡ ରେ ଥିବା ଦେଖାଦେଇଛି । ଗତ କିଛିଦିନ ଦେବା ନବରଙ୍ଗପୁର ଜିଲା ର ବିଭିନ୍ନ ଅଞ୍ଚଳରେ ଚାଷୀ ଙ୍କୁ ୟୁରିଆ ମିଳୁନଥିବା ଏବଂ ୟୁରିଆ ର କଳାବଜାରୀ କରାଯାଉଥିବା ଜଣାଯାଇଛି । ଏହି ମୁହୂର୍ତ୍ତ ରେ ଖବର ପାଇ ଡାବୁଗାଁ ତହସିଲଦାର ମେଦନା ପଞ୍ଚାୟତ ଅଧିନ ସିନ୍ଧକାଗୁଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଉପରେ ଚଢ଼ାଉ କରି ୨୮ ବସ୍ତା ୟୁରିଆ ଏବଂ ୩ ବୋତଲ ଜିଙ୍କ ଜବତ କରିଛନ୍ତି । ତହସିଲଦାର ଙ୍କ ଏପରି କାର୍ୟ୍ୟ କୁ ଡାବୁଗାଁ ଅଞ୍ଚଳର ଚାଷୀ ମନେ ପ୍ରଶଂସା କରିଛନ୍ତି ।





